Monday, September 14, 2026
23.8 C
Odisha

    ଇସକନ ଉପରେ କଟକଣା ଲଗାଇବାକୁ ମନା କଲେ ବାଂଲାଦେଶ ହାଇକୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ତର୍ଜାତୀୟ କୃଷ୍ଣ ଚେତନା ସଂଘ (ଇସ୍କନ୍)ର କାର୍ଯ୍ୟକଳାପ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସେଠାକାର ହାଇକୋର୍ଟ ଆଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହୋଇଥିବା ଆବେଦନର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସରକାରୀ ଅଧିକାରୀମାନେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।

    ଶୁଣାଣି ସମୟରେ ବାଂଲାଦେଶ ହାଇକୋର୍ଟ ଆହୁରି କହିଛନ୍ତି ଯେ ସରକାର ଏହି ମାମଲାର ଅନୁଧ୍ୟାନ କରିବେ। ବାଂଲାଦେଶର ଆଟର୍ଣ୍ଣି ଜେନେରାଲ କହିଛନ୍ତି ଯେ ଇସ୍କନ ସହ ଜଡିତ ପ୍ରସଙ୍ଗ ବାଂଲାଦେଶ ପାଇଁ ସର୍ବୋଚ୍ଚ ପ୍ରାଥମିକତା । ଚିନ୍ମୟ ଦାସ ଗିରଫ ହେବା ପରେ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଲୋକଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବାଂଲାଦେଶ ସରକାର କହିଛନ୍ତି। ସରକାର (ଅତିରିକ୍ତ ଆଟର୍ଣ୍ଣି ଜେନେରାଲ) ଅଦାଲତଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଇସ୍କନ୍ ପ୍ରସଙ୍ଗକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି।

    ଆବେଦନକାରୀ କୋର୍ଟରେ ଜଣାଇଥିଲେ ଯେ ଇସ୍କନ ଉପରେ ପ୍ରତିବନ୍ଧକ ଲଗାଇବାର ଏହା ହେଉଛି ପ୍ରକୃଷ୍ଟ ସମୟ । ତେବେ ଏହାର ଜବାବରେ କୋର୍ଟ କହିଥିଲେ ଯେ ଏ ସଂପର୍କରେ ସରକାର ଉପଯୁକ୍ତ ପଦକ୍ଷେପ ନେଇପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    92 %
    1kmh
    83 %
    Mon
    31 °
    Tue
    31 °
    Wed
    31 °
    Thu
    31 °
    Fri
    31 °

    ସମ୍ବନ୍ଧିତ