Saturday, October 3, 2026
28.9 C
Odisha

    ଥାନା ବାବୁଙ୍କୁ ନିସ୍ତୁକ ମାଡ଼: ଦେଓଗାଁରେ ଚାପା ଉତ୍ତେଜନା

    ଆଗକୁ ପଢନ୍ତୁ

    ବଲାଙ୍ଗୀର/ଦେଓଗାଁ: ଥାନା ବାବୁଙ୍କୁ ରାଜପଥରେ ସଂଘବଦ୍ଧ ଆକ୍ରମଣ। ଗୁରୁବାର ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଜାତୀୟ ରାଜପଥ-୨୬ରେ ଥିବା ସୋନଗଡ଼ ନଦୀ ପୋଲ ଉପରେ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ତୁଷୁରା ଥାନା ଅଧିକାରୀ ଶଶିଭୂଷଣ ମିଶ୍ର। ତାଙ୍କୁ ଦେଓଗାଁ ଥାନା ପୁଲିସ୍‌ ଘଟଣାସ୍ଥଳରୁ ଉଦ୍ଧାର କରିଥିବା ବେଳେ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୁରୁବାର ସନ୍ଧ୍ୟା ୫.୫୦ରେ ସାଦା ପୋଷାକରେ ଥିବା ଥାନା ଅଧିକାରୀ ଶ୍ରୀ ମିଶ୍ର ଜଣେ ବାଇକ୍‌ ଚାଳକଙ୍କୁ ବ୍ରିଜ୍‌ ଉପରେ ଅଟକାଇ ଗାଳିଗୁଲଜ କରିଥିଲେ। ପାଖରେ ଥିବା କିଛି ଯୁବକ ସେଠାକୁ ଦୌଡ଼ି ଆସିଥିଲେ। ତେବେ ଥାନା ଅଧିକାରୀ ଦୀପକ ନାମକ ଜଣେ ଯୁବକର ମୋବାଇଲ୍‌ ଟାଣି ନେଇ ନଦୀ ଭିତରକୁ ଫିଙ୍ଗି ଦେଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
    ଉପସ୍ଥିତ ଯୁବକମାନେ ଥାନାଧିକାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଖବର ପାଇ ଦେଓଗାଁ ଥାନା ଅଧିକାରୀ ହରିବନ୍ଧୁ ଗଡ଼ତିଆ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ଦେଓଗାଁ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ବରିଷ୍ଠ ପୁଲିସ୍‌ ଅଧିକାରୀ ସେଠାରେ ପହଞ୍ଚି ତନାଘନା ଚଳାଇଛନ୍ତି। ଏ ସଂପର୍କରେ ଏସ୍‌ଡିପିଓ ପ୍ରଦୀପ ସାହୁ କହିଛନ୍ତି, ଥାନାଧିକାରୀ ଜଣେ ୱାରେଣ୍ଟି ସମ୍ପର୍କରେ ଖୋଳତାଡ଼ କରୁଥିଲେ। ଜଣେ ଯୁବକଙ୍କୁ ସନ୍ଦେହ କରି ପରିଚୟ ଜାଣିବା ପାଇଁ ମୋବାଇଲ ମାଗିଥିଲେ। ଏହି ସମୟରେ ଏଭଳି ଅପ୍ରୀତିକର ଘଟଣା ଘଟିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    28.9 ° C
    28.9 °
    28.9 °
    72 %
    1.8kmh
    37 %
    Sat
    26 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ