Saturday, September 28, 2024
23.2 C
Odisha

    ଜାମକାନି ବେଦାନ୍ତ କୋଇଲାଖଣି ସମ୍ମୁଖରେ ଆନ୍ଦୋଳନକାରୀ ଏବଂ ପୋଲିସ୍ ଧସ୍ତାଧସ୍ତି; ଖାଇବାକୁ ନପାଇ ଗୋବର ଖାଇଲେ ଧାରଣାରତ ଯୁବକ

    ଆଗକୁ ପଢନ୍ତୁ

    ହେମଗିର : ହେମଗିରି ବ୍ଲକ୍ ଅନ୍ତର୍ଗତ ଯାମକାନୀ କୋଇଲା ଖଣି ବାହାରେ ଆନ୍ଦୋଳନ କୁ କୋଡ଼ିଏ ଦିନରୁ ଉର୍ଦ୍ଧ ହୋଇଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ । ଆନଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କୁ ଭେଟି ଅଭିଯୋଗ ଦାଖଲ କରି ଫେରୁଛନ୍ତି , ହେଲେ ତାଙ୍କ ନ ଫେରୁଣୁ ଏପଟେ ଆନ୍ଦୋଳନ କାରୀ ଙ୍କୁ ହଟେଇବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ହେଲେ ଗୁରୁବାର ଦିନ ପୋଲିସ ପ୍ରଶାସନ ଙ୍କ ତତ୍ୱାବଧାନରେ ପରିବହନ କାର୍ଯ୍ୟ ଆରମ୍ଭ କରାଯିବାକୁ ଚେଷ୍ଟା କରିଥିଲେ । ଉପଜିଲ୍ଲାପାଳ ଦାସରଥି ସରାବୁ , ଏସ ଡି ପି ଓ ହିମାଂଶୁ ବେହେରା , ଥାନା ଅଧିକାରୀ ସୁଶାନ୍ତ ସାହୁ ଏବଂ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ଙ୍କ ସମେତ ଅନେକ କମ୍ପାନୀ ଅଧିକାରୀ ଉପସ୍ଥିତ ରହି ପରିବହନ କାର୍ଯ୍ୟକୁ ଆରମ୍ଭ କରିଥିଲେ । ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବାକୁ ଜିଦ୍ ଧରି ବସିଥିଲେ ବିସ୍ଥାପିତ ପରିବାର ର ମହିଳା ପୁରୁଷ ତଥା ବେକାର ଯୁବକ ଯୁବତୀ । ପ୍ରକାଶ ଥାଉକୀ ଜାମକାନୀ ଠାରେ ଥିବା ବେଦାନ୍ତର କୋଇଳା ଖଣି ସମ୍ମୁଖରେ ବିସ୍ଥାପିତ ମାନଙ୍କ ୭ଦଫା ଦାବି ନେଇ ଧାରଣା ଦେଇଥିବା ବେଳେ ଦାବି ଗୁଡିକ କମ୍ପାନୀ ପୂରଣ କରୁ ନ ଥିବାରୁ ବିସ୍ଥାପିତ ଗ୍ରାମ୍ୟ କମିଟି, କର୍ମଚାରି ଓ ଗ୍ରାମବାସିଙ୍କ ତରଫରୁ ୭ଦଫା ଦାବିକୁ ନେଇ ଆନ୍ଦୋଳନ କରିଛନ୍ତି । ଦାବି ଗୁଡ଼ିକ ହେଲା ୧୮ବର୍ଷ କିମ୍ୱା ଉିମ୍ ଯୁବକ ଯୁବତୀ ମାନଙ୍କୁ ବେଦାନ୍ତ କମ୍ପାନୀରେ ସିଧାସଳଖ ନିଯୁକ୍ତି ପ୍ରଦାନ କରାଯାଉ ନଚେତ ସାଢେ ୧୭ଲକ୍ଷ ପ୍ରଦାନ କରିବା , ୧୮ବର୍ଷ କିମ୍ୱା ଉଦ୍ଧ ଯୁବକ ଯୁବତୀ ମାନଙ୍କୁ କଲୋନୀ ପ୍ରଦାନ କରାଯାଉ ନଚେତ ଘର ବାବଦକୁ ଟଙ୍କା ପ୍ରଦାନ କରିବା , ସଭିଏଁ ଭୋଗୁଥିବା ନୂତନ ଘରର ରିପୋଟ ଅନୁସାରେ ଯଥାଶୀଘ୍ର କ୍ଷତି ପୂରଣ ପ୍ରଦାନ କରିବା , ବିସ୍ଥାପିତ ହୋଉଥିବା ଭୂମି ହିନ ମାନଙ୍କୁ ଚିହ୍ନଟ କରି କ୍ଷତିପୂରଣ ପ୍ରଦାନ କରିବା,ଜାମକାନି ଓ ଗିରିସିମାର ଗ୍ରାମ ବିସ୍ଥାପିତ ନ ହେବା ପର୍ଯ୍ୟନ୍ତ ଓ ବିସ୍ଥାପିତ ସମସ୍ୟା ସମାଧାନ ନ ହେବା ପର୍ଯ୍ୟନ୍ତ ଖଣି ଖନନ ବନ୍ଦ କରିବା , ଆରଆର କଲୋନି ମେଣ୍ଢରା ଘର ଜମି ପଟ୍ଟା ପ୍ରଦାନ କରିବା ସହିତ କଲୋନୀରେ ସମସ୍ୟା ସମାଧାନ କରିବା , ବଛାରମୁଣ୍ଡା ଠାରେ ଜାମକାନୀ ଗ୍ରାମ ବାସିଙ୍କୁ ଥଇଥାନ କରିବା ଇତ୍ୟାଦି ।ଏହି ଆନ୍ଦୋଳନରେ କୋଇଲା ପରିବହନ ସମ୍ପୁର୍ଣ୍ଣରୂପେ ବନ୍ଦ ଥିବା ବେଳେ ଆଜି ଗୁରୁବାର ଦିନ ପ୍ରଶାସନ ଗାଡି ଚଳାଈବା ପାଇଁ ଚେଷ୍ଠା କରିଥିବା ବେଳେ ବିସ୍ଥାପିତ ଗ୍ରାମର ଶତାଧିକ ମହିଳା,ଷୁରୁଷ ଓ ଯୁବକ ଯୁବତୀ ଏକାଠି ହୋଇ ରାସ୍ଥାରେ ଶୋଇପଡି ଥିବା ବେଳେ ପୋଲିଶ ତରଫରୁ ତାଙ୍କୁ ହଟାଯାଇଥିଲା । ପ୍ରତିବାଦ ଚାଲିଥିବାବେଳେ ଧସ୍ତାଧସ୍ତି ହୋଇଥିଲା । କିଛି ମହିଳା ପୁରୁଷ ଆନ୍ଦୋଳନକାରୀଙ୍କୁ ଖାଉଥିବା ଅବସ୍ଥାରେ ଉଠାଇ ନେଇଥିଲା ପୋଲିସ୍ । ଖାଇବା ଛଡ଼ାଇ ନେଇଥିବା ପ୍ରତିବାଦ ରେ ଜଣେ ଯୁବକ ଗୋବର ଖାଇ ପେଟ ଭରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ନୂଆ ମୋହନ ସରକାରଙ୍କ ପକ୍ଷରୁ ବିସ୍ଥାପିତ ପରିବାରଙ୍କୁ କଣ ନ୍ୟାୟ ମିଳୁଛି ଦେଖିବାକୁ ବାକି ରହିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.2 ° C
    23.2 °
    23.2 °
    94 %
    0.7kmh
    99 %
    Sat
    32 °
    Sun
    31 °
    Mon
    31 °
    Tue
    32 °
    Wed
    31 °

    ସମ୍ବନ୍ଧିତ