Sunday, October 4, 2026
28.6 C
Odisha

    ବିମାନବନ୍ଦରରେ ‌ଗୋଟିଏ ଟ୍ରେରେ ପିନ୍ଧା ଜୋତା ଓ ବ୍ୟକ୍ତିଗତ ସାମଗ୍ରୀ ରଖିବା ଘଟଣାକୁ ନେଇ ଯାତ୍ରୀ ଅସନ୍ତୋଷ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଆମେ କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ବସ, ଟ୍ରେନ କିମ୍ବା ବିମାନର ସାହାଯ୍ୟ ନେଇଥାଉ। ସର୍ବଦା ବସଷ୍ଟାଣ୍ଡ ଓ ରେଳଷ୍ଟେସନ ଅପେକ୍ଷା ବିମାନବନ୍ଦର ଅଧିକ ସଫାସୁତୁରା ରହିଥିବାର ଆମେ ଦେଖିବାକୁ ପ‌ାଇଛୁ। କିନ୍ତୁ ସମୟସମୟରେ ବିମାନ ବନ୍ଦରରେ ଥିବା ଅବ୍ୟବସ୍ଥା ଦେଖି ଯାତ୍ରୀ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି। ‌ବେଙ୍ଗାଲୁରୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବ୍ୟବସ୍ଥା ଦେଖି ନିକଟରେ ଜଣେ ଯାତ୍ରୀ ସୋସିଆଲ ମିଡିଆ ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଟୁଇଟରରେ ନିକାନି ଆନନ୍ଦ ନାମକ ବ୍ୟବହାରକାରୀ ନିଜର ଅସନ୍ତୋଷ ବ୍ୟକ୍ତ କରି ରଖିଛନ୍ତି, ‘ବିମାନ ବନ୍ଦରେ  ଆମକୁ ଏକ ଟ୍ରେ ଦିଆଯାଇଥିଲା। ଏହି ଟ୍ରେରେ ଆମେ ପିନ୍ଧିଥିବା ଜୋତା ସହିତ ଅ‌ାମର  ବ୍ୟକ୍ତିଗତ ଜିନିଷକୁ ରଖିବାକୁ କୁହାଯାଇଥିଲା।  ବିମାନବନ୍ଦରର ଏହି ଅବ୍ୟବସ୍ଥ‌ା ଆଦୌ ଗ୍ରହଣୀୟ ନୁହେଁ। ମୋ ମତରେ ଦୁଇଟି ଟ୍ରେ ରହିବା ଉଚିତ। ଗୋଟିଏରେ ପିନ୍ଧା ଜୋତା ଓ ଅନ୍ୟଟିରେ ବ୍ୟକ୍ତିଗତ ସାମଗ୍ରୀ।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ