Tuesday, September 8, 2026
24.5 C
Odisha

    ମହିଳା ପ୍ରିମିୟର ଲିଗ୍ -୨୦୨୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗ୍ -୨୦୨୪ରେ ଏଥର ଟାଇଟଲ୍ ହାତେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମିଳିଥିବା ୧୧୪ ରନକୁ ଅତି ସହଜରେ ହାସଲ କରି ଆରସିବି ଏଥର ଚାମ୍ପିଅନ ହୋଇଛି। ଜବରଦସ୍ତ ବ୍ୟାଟିଂ କରି ୮ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି ଦଳ।
    ଆଜି ସୁପର ସଣ୍ତେରେ ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଆରସିବି ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ମେଗ୍ ଲ୍ୟାନିଂ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ମେଗ୍ ଲାନିଂ ଓ ଶେଫାଲି ବର୍ମା ମଧ୍ୟ ଦଳକୁ ଭଲ ଆରମ୍ଭ ଦେବାରେ ସଫଳ ହୋଇଥିଲେ। କିନ୍ତୁ ଏହା ପରେ କୌଣସି ବ୍ୟାଟ୍ସମ୍ୟାନ୍ ବେଶୀ ସମୟ ପଡିଆରେ ରହିପାରିନଥିଲେ। ଭଲ ଆରମ୍ଭ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ପିନରଙ୍କ ବୋଲିଂରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ରାଭିଲିୟନକୁ ଫେରି ଯାଇଥିଲେ। ଯାହା ଫଳରେ ଖରାପ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୩ ଓଭରରେ ୧୧୩ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାପରେ ୧୧୪ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଆରସିବି। ବୋଲିଂ ଭଳି ବ୍ୟାଟିଂରେ ମଧ୍ୟ ଭଲ ପଦର୍ଶନ କରି ୧୯.୩ ଓଭରରେ ବିଜୟ ଲକ୍ଷ୍ୟକୁ ଅତିକ୍ରମ କରି ପ୍ରଥମ ଥର ପାଇଁ ଟାଇଟେଲ ହାତେଇବାରେ ସକ୍ଷମ ହୋଇଛି ଦଳ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    91 %
    1.4kmh
    40 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ