Saturday, March 28, 2026
35.1 C
Odisha

    ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ୨୦୦୪ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ଥରେ ଲୋକସଭାର ସଦସ୍ୟ ରହିବା ମୋ ପାଇଁ ସୌଭାଗ୍ୟର ବିଷୟ । ତାଙ୍କୁ ମୁଁ ଅତି ନିକଟରୁ ଦେଖିବା ସହ ବିଚାରରେ ବେଶ୍ ପ୍ରଭାବିତ ହୋଇଥିଲି।
    ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଧୁନିକ ଭାରତର ପ୍ରଭାବଶାଳୀ ନେତୃତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପିତ ଥିଲା । ଜନତା ଓ ତୃଣମୂଳ ସ୍ତର ସହ ଜଡ଼ିତ ଜନନେତା ଅଟଳଜୀ ନିଜର ଆଦର୍ଶ, ମୂଲ୍ୟବୋଧ ଓ ନୀତି ବଳରେ ଭାରତୀୟ ରାଜନୀତିରେ ଏକ ଅବିସ୍ମରଣୀୟ ଛାପ ଛାଡ଼ି ଯାଇଛନ୍ତି ।

    ସେ ଭାରତରେ ଶିକ୍ଷା, ବିକାଶ, ସୁଶାସନ ଏବଂ ଗରିବଙ୍କ କଲ୍ୟାଣର ଏକ ନୂତନ ଯୁଗ ଆରମ୍ଭ କରିଥିଲେ। ଦେଶ ପାଇଁ ଉତ୍ସର୍ଗୀକୃତ ତାଙ୍କର ଜୀବନ ଏବଂ କର୍ତ୍ତବ୍ୟ ପ୍ରତି ତାଙ୍କର ନିଷ୍ଠା ଆମ ସମସ୍ତଙ୍କ ପାଇଁ ଅନନ୍ତ ପ୍ରେରଣାର ଉତ୍ସ। ମୂଲ୍ୟବୋଧ, ଉତ୍ତରଦାୟିତ୍ୱ, ପାରଦର୍ଶିତା ଓ ସୁଶାସନର ପ୍ରତୀକ ଶ୍ରଦ୍ଧେୟ ଅଟଳଜୀ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବେ। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଲୋକ କଲ୍ୟାଣ ଓ ବିକାଶର ରାଜନୀତି ମାଧ୍ୟମରେ ଅଟଳଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଅଙ୍ଗୀକାରବଦ୍ଧ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

    ଠିକ୍ ସେହିପରି ଆଜି ଅଟଳଜୀଙ୍କ ଜନ୍ମ ଜୟନ୍ତୀରେ ସାମ୍ବାଦିକ ସମ୍ମିଳନୀ କରି ଅଟଳଙ୍କ ଅବଦାନକୁ ମନେ ପକାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ବାଜପେୟୀ ଭାରତରେ ବିକାଶର ଧାରା ଆରମ୍ଭ କରିଥିଲେ, ଯାହାକୁ ଆଧାର କରି ଆଜି ଦେଶ ଅଗ୍ରଗତି କରିଛି। କୃଷି, ବିଜ୍ଞାନ, ସୁରକ୍ଷା, ଟେଲିକମ, ଖାଦ୍ୟ ସୁରକ୍ଷା, ଶିକ୍ଷା, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ଓଡ଼ିଶାକୁ ପାରାଦୀପ ରିଫାଇନାରି, ଇଷ୍ଟକୋଷ୍ଟ ରେଲୱେ ଜୋନ୍‌, ଏମ୍ସ ମେଡିକାଲର ପ୍ରତିଷ୍ଠା, ସ୍ୱର୍ଣ୍ଣ ଚର୍ତୁଭୂଜ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଓଡ଼ିଶା ବିକାଶରେ ଅଟଳଜୀଙ୍କ ଅବଦାନ ଅତୁଳନୀୟ। ୧୯୯୯ ମହାବାତ୍ୟା ପରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦିନରେ ବାଜପେୟୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.1 ° C
    35.1 °
    35.1 °
    23 %
    3.8kmh
    1 %
    Sat
    39 °
    Sun
    39 °
    Mon
    41 °
    Tue
    38 °
    Wed
    38 °

    ସମ୍ବନ୍ଧିତ