Wednesday, March 12, 2025
33.3 C
Odisha

    ଏସିଆର ୧୦ଟି ଉତପ୍ତ ସହର ମଧ୍ୟରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର

    ଆଗକୁ ପଢନ୍ତୁ

    ଜଳୁଛି ରାଜଧାନୀ । ଭୁବନେଶ୍ୱରରେ ଶୁକ୍ରବାର ଦିନର ସର୍ବାଧିକ ୪୩ଦଶମିକ ୫ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଯାହାକି ଚଳିତ ବର୍ଷର ସର୍ବାଧିକ ତାପାମାତ୍ରା । ୪୦ଡିଗ୍ରୀ ଉପରେ ୨୫ଟି ସହର ରହିଥିବା ବେଳେ ସର୍ବାଧିକ ତାପମାତ୍ରା ଥିଲା ଭୁବନେଶ୍ୱରରେ । ପାରଳାଖେମୁଣ୍ଡିରେ ୪୨ଦଶମିକ ୬, ତାଳଚେର ୪୨ଦଶମିକ ୪, ମାଲକାନଗିରି ଓ ବୌଦ୍ଧରେ ୪୨ଦଶମିକ ୨ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଅନୁଗୁଳରେ ୪୨ଦଶମିକ ୧ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗୀର, ଟିଟିଲାଗଡ଼ ଓ ନୟାଗଡ଼ରେ ତାପମାତ୍ରା ୪୨ଡିଗ୍ରୀ ରେକର୍ଡ କରାଯାଇଛି । ଦେଶ ଭିତରେ ନୁହେଁ ବରଂ ପୁରା ଏସିଆ ମହାଦେଶର ୧୦ଟି ଉତପ୍ତ ସହର ମଧ୍ୟରେ ରହିଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ପ୍ରଥମ ତିନୋଟି ସ୍ଥାନରେ ମିଆଁମାରର ତିନୋଟି ସହର ଥିବା ବେଳେ ଭୁବନେଶ୍ୱରର ସ୍ଥାନ ୬ ନମ୍ବର ରହିଛି । ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଓଜିମେଟ୍ ପକ୍ଷରୁ ଏହି ତଥ୍ୟ ମିଳିଛି । ତାଲିକାର ପ୍ରଥମ ୧୦ଟି ସହର ମଧ୍ୟରେ ଭାରତର ୫ଟି ସହର ସ୍ଥାନ ପାଇଛି । ଭାରତର ନନ୍ଦୟାଲ ସହର ୪୩ ଦଶମିକ ୭ ଡିଗ୍ରୀ ସହ ଚତୁର୍ଥ, କୁର୍ନୁଲ ୪୩ ଦଶମିକ ୫ ଡିଗ୍ରୀ ସହ ସପ୍ତମ, ଗୁଲବର୍ଗ ୪୩ ଦଶମିକ ୩ ଡିଗ୍ରୀ ଏବଂ ଅନନ୍ତପୁର ୪୩ ଦଶମିକ ୩ ଡିଗ୍ରୀ ରେକର୍ଡ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.3 ° C
    33.3 °
    33.3 °
    13 %
    1.6kmh
    0 %
    Wed
    37 °
    Thu
    40 °
    Fri
    41 °
    Sat
    41 °
    Sun
    42 °

    ସମ୍ବନ୍ଧିତ