Monday, September 14, 2026
30.3 C
Odisha

    ହଟିଲେ ବିହାର ବାଚସ୍ପତି : ଅନାସ୍ଥା ପ୍ରସ୍ତାବରେ ବାଚସ୍ପତିଙ୍କ ବିପକ୍ଷରେ ୧୨୫, ସପକ୍ଷରେ ପଡ଼ିଲା ୧୧୨ ଭୋଟ୍

    ଆଗକୁ ପଢନ୍ତୁ

    ବିହାର ବିଧାନସଭାରେ ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାସ୍ ହୋଇଛି । ବାଚସ୍ପତିଙ୍କ ବିପକ୍ଷରେ ୧୨୫ ଭୋଟ୍ ପଡ଼ିଥିବା ବେଳେ ତାଙ୍କ ସପକ୍ଷରେ ୧୧୨ଟି ଭୋଟ୍ ପଡ଼ିଛି । ଏବେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ବିଜୟ ପାଇଁ ତାଙ୍କୁ ଆବଶ୍ୟକ ୧୨୨ଭୋଟ୍ ।ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ସହ ମିଶି ସରକାର ଗଢିବା ପରେ ଆଜି ବିଧାନସଭାରେ ଆସ୍ଥା ଭୋଟ । ଏହା ପୂର୍ବରୁ ବିହାରରେ ରାଜନୈତିକ ଛକାପଞ୍ଝା ବଢ଼ିବାରେ ଲାଗିଛି । ଇଣ୍ଡିଆ ମେଣ୍ଟ ଏବଂ ଏନଡିଏ ଉଭୟ ନିଜ ନିଜ ବିଧାୟକଙ୍କୁ ଗୃହବନ୍ଦୀ କରି ରଖିଲା ଭଳି ରଖିଛନ୍ତି । ଜେଡିୟୁର ୪ ବିଧାୟକ ଧରାଛୁଆଁ ଦେଉନଥିବାରୁ ନୀତୀଶ କୁମାରଙ୍କ ଟେନସନ ବଢିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    30.3 ° C
    30.3 °
    30.3 °
    64 %
    1.9kmh
    17 %
    Mon
    30 °
    Tue
    31 °
    Wed
    31 °
    Thu
    31 °
    Fri
    30 °

    ସମ୍ବନ୍ଧିତ