Sunday, March 22, 2026
21.2 C
Odisha

    ଆଳୁ ମିଶନ ଫେଲ୍ ପଛର କାରଣ ଖୋଜନ୍ତୁ ସରକାର: ବିଜୟ ପଟ୍ଟନାୟକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ଆଳୁ ଦର ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ଲାଗି ନେଇ ରାଜ୍ୟ ସରକାର କାମ କରୁଛନ୍ତି। ଏହାରି ଭିତରେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ କିନ୍ତୁ ଅଲଗା କଥା କହିଛନ୍ତି। ସେ କହିଛନ୍ତି କି, ପୂର୍ବ ସରକାର ଆଳୁ ମିଶନ ନାମରେ ରାଜକୋଷରୁ କୋଟି କୋଟି ଟଙ୍କା ଚଳୁ କରିଦେଇଛନ୍ତି। ବର୍ତ୍ତମାନ ସରକାରଙ୍କ ପ୍ରଥମ କାମ ହେଉଛି ପୂର୍ବ ସରକାର ସମୟରେ ଆଳୁ ମିଶନ କାହିଁକି ଫେଲ୍ ହେଲା ତାର ତଦନ୍ତ କରନ୍ତୁ।
    ସେ କହିଛନ୍ତି କି, ୨୦୧୬ ମସିହାରେ ବିଜେଡି ସରକାର ଆଳୁ ମିଶନ ତିଆରି କରିଥିଲେ। ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବିଲ୍ କଲେ। ହେଲେ ତାହା ସଫଳ ହେଲା ନାହିଁ। ଫଳରେ ଆଜି ରାଜ୍ୟର ଖାଉଟି ହନ୍ତସନ୍ତ ହେଉଛନ୍ତି। ପରିଚାଳନା ଗତ ତ୍ରୁଟି ଯୋଗୁଁ ଆଳୁ ମିଶନ ଫେଲ ହୋଇଛି ସରକାରୀ ଶୀତଳ ଭଣ୍ଡାରକୁ ବିଜେଡି ସରକାର ବନ୍ଦ କରିଦେଲେ। ଘରୋଇ ଶୀତଳ ଭଣ୍ଡାର ମାଲିକ ଓ ଚାଷୀଙ୍କ ଭିତରେ ସମନ୍ୱୟ ରହିଲା ନାହିଁ। ଏହା ଉପରେ ତଦନ୍ତ ହେବା ଦରକାର। ଏହାସହ ଆଳୁର ଚାହିଦା ପୁରଣ କରିବା ଓ ଦାମ କମ୍ କରିବାକୁ ଏବେକାର ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେବା ଉଚିତ।

    ଏଣେ ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲା ତଦନ୍ତ ନେଇ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି, କେବଳ ପାଣ୍ଡିଆନଙ୍କ ହେଲିକେପ୍ଟର ବୁଲା ନୁହେଁ, ଅନେକ ଦୁର୍ନୀତି କଥା କଂଗ୍ରେସ ଉଠାଇଥିଲା ।ପାନୀୟ ଜଳ ପାଇଁ ମୁଷ୍ଟିମେୟ ବାହାର କଣ୍ଟ୍ରାକ୍ଟର କେମିତି କାମ ଦିଆଯାଇଥିଲା ତାହାର ତଦନ୍ତ ହେଉ। କୋଭିଡ ବେଳେ ହୋଇଥିବା ଦୁର୍ନୀତିର ବି ତଦନ୍ତ ହେବା ଦରକାର। କେବଳ ଗୋଟିଏ ଦୁଇଟି ଘଟଣାର ତଦନ୍ତ କଥା କହି ବଡ଼ ଦୁର୍ନୀତିକୁ ଭୁଲି ନ ଯାଆନ୍ତୁ ସରକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ