Sunday, October 4, 2026
28.6 C
Odisha

    ଯାତ୍ରୀବାହୀ ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସହିଦ ନଗର ଥାନା ଅଧୀନ ବାଣୀବିହାର ଓଭର ବ୍ରିଜରେ ରବିବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ପଛକୁ ଏକ ଦ୍ରୁତିଗାମୀ ଯାତ୍ରୀବାହୀ ବସ୍‌ ଧକ୍କା ଦେଇଛି। ଏଥିରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଘରୋଇ ଯାତ୍ରୀବାହୀ ବସ୍‌ ‘ବିଜୟା’ ବାଣୀବିହାର ବ୍ରିଜ୍‌ ଉପରେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣାରେ ବାଇକ ଆରୋହୀ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ସ୍ଥାନୀୟ ଲୋକେ ବସ୍‌କୁ ଅଟକାଇଥିଲେ। ପୁଲିସକୁ ସୂଚନା ଦେଇଥିଲେ।

    ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟର୍ମଟମ ପାଇଁ ପଠାଇଛି। ଦୁର୍ଘଟଣା ଘଟାଇଥିବା ବସ୍‌କୁ ଜବତ କରିଛି। ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତକ ଜଣକ ଜଣେ ରାଜମିସ୍ତ୍ରୀ ବୋଲି ଜଣା ପଡୁଛି କିନ୍ତୁ ପ୍ରକୃତ ପରିଚୟ ମିଳିପାରିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ