Thursday, September 19, 2024
24.5 C
Odisha

    Bird Flu ଆତଙ୍କ: କୁକୁଡ଼ାଙ୍କୁ ମାରି ପୋତି ଦିଆଯିବ

    ଆଗକୁ ପଢନ୍ତୁ

    ବାର୍ଡ ଫ୍ଲୁ ସଂକ୍ରମଣକୁ ନେଇ ବର୍ତ୍ତମାନ ପୁରୀ ଜିଲ୍ଲାରେ ଆତଙ୍କ ଦେଖାଯାଇଛି । ତେଣୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସମସ୍ତ ରାଜ୍ୟକୁ ସଂକ୍ରମଣ ପାଇଁ ସତର୍କ ରହିବା ସହ କିଛି ଦିନ ପାଇଁ ଚିକେନ୍ ନ ଖାଇବାକୁ ପରାମର୍ଶ ଦେଇଛନ୍ତି । ଏହାପରେ ସାରା ଓଡ଼ିଶାରେ ଆରମ୍ଭ ହୋଇଯାଇଛି କୁକୁଡ଼ା ମରା ଅଭିଯାନ । ଏହାସହିତ ସଂକ୍ରମିତ ସମସ୍ତ କୁକୁଡ଼ାଙ୍କୁ ମାରି ପୋତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହା ପରିବର୍ତ୍ତେ ଫର୍ମାର ମାଲିକମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି ।

    ସୂଚନା ଅନୁସାରେ, ପୁରୀ ଜିଲ୍ଲାର ପିପିଲି ଏବଂ ସତ୍ୟବାଦୀରେ ବାର୍ଡ ଫ୍ଲୁ ରିପୋର୍ଟ ହେବା ସହ ଏଠାରେ କୁକୁଡ଼ା ମରା ଅଭିଯାନ ଜାରି ରହିଛି । ଏ ନେଇ ରାଜ୍ୟ ତଥା ଜିଲ୍ଲା ସ୍ତରୀୟ ରାପିଡ ରେସପନ୍ସ ଟିମ୍ ପ୍ରୟାସ ଜାରି ରଖିଛନ୍ତି । ତେଣୁ ଲୋକଙ୍କୁ ସଚେତନ କରାଯିବା ସହ ସଂକ୍ରମିତ କୁକୁଡ଼ା ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରି ପ୍ରତିଷେଧକ ଔଷଧ ବଣ୍ଟନ କରାଯାଉଛି । ଗତ ୩ ଦିନ ମଧ୍ୟରେ ୨୬ ହଜାରରୁ ଅଧିକ କୁକୁଡ଼ା ମରା ହୋଇଥିବା ବେଳେ ଆଗକୁ କୁକୁଡ଼ାମରା ଅଭିଯାନ ଚାଲୁ ରହିବ ବୋଲି କୁହାଯାଇଛି । ତେବେ ଏହି କୁକୁଡ଼ା ମାନଙ୍କ କ୍ଷତିପୂରଣ ବାବଦରେ ଫାର୍ମ ମାଲିକମାନଙ୍କୁ କ୍ଷତିପୂରଣ ରାଶି ମଧ୍ୟ ଯୋଗାଇ ଦିଆଯିବ ।

    ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସେଠାରେ ରାପିଡ ରେସପନ୍ସ ଟିମ୍ ଉପସ୍ଥିତ ରହିଛନ୍ତି । ଏହାସହିତ ବାର୍ଡ ପ୍ଲୁ ଚିହ୍ନଟ ହେଉଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଉଛି । ତେଣୁ ବର୍ତ୍ତମାନ କିଛି ଦିନ ପାଇଁ ଚିକେନ୍ ନ ଖାଇବା ପାଇଁ ପରାର୍ମା ଦିଆଯାଉଛି । ଚିକେନ୍ ଖାଇବା ଦ୍ୱାରା ବାର୍ଡ ଫ୍ଲୁ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏଥିରେ ସଂକ୍ରମିତଙ୍କୁ ପ୍ରଥମେ ଜ୍ୱର ହେବା ସହ ପରେ ଏହାର ଅନ୍ୟାନ୍ୟ ଲକ୍ଷଣ ଦେଖା ଦେଇଥାଏ । ତେଣୁ ବାର୍ଡ ଫ୍ଲୁ’ରୁ ଯଥା ସମ୍ଭବ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସଚେତନ କରାଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    91 %
    1.4kmh
    97 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ