Sunday, October 4, 2026
28.6 C
Odisha

    ପ୍ରତି ମିନିଟ୍‌ରେ ବିରିୟାନୀର ୯୫ଟି ଅର୍ଡର କରନ୍ତି ଭାରତୀୟ!

    ଆଗକୁ ପଢନ୍ତୁ

    ବିବିଧତାରେ ଭରା ଆମ ଦେଶ ଭାରତରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ ଏବଂ ଖିଆଯାଇଥାଏ। କିନ୍ତୁ ଆଜିକାଲି ଖାଦ୍ୟ ଅର୍ଡର କରିବା ପାଇଁ କେତେକ ପ୍ରକାର ଫୁଡ୍‌ ସର୍ଭିସ୍‌ ଉପଲବ୍ଧ ରହିଛି, ଯେଉଁମାନେ ମୋବାଇଲ୍‌ ଆପ୍‌ ଜରିଆରେ ଖାଦ୍ୟ ଆଣି ଘରେ ପହଞ୍ଚାଇ ଦିଅନ୍ତି। ଏହିପରି ଏକ ଫୁଡ୍‌ ଡେଲିଭରି ଆପ୍‌ ହେଉଛି ସ୍ୱିଗୀ। ଏହାର ବାର୍ଷିକ ରିପୋର୍ଟ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଆସନ୍ତୁ ଜାଣିବା ଏହା ବିଷୟରେ।

    ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରି ପ୍ଲାଟ୍‌ଫର୍ମ ସ୍ୱିଗୀର ବର୍ତ୍ତମାନର ବାର୍ଷିକ ରିପୋର୍ଟ ଅନୁସାରେ, ଦେଶରେ ପ୍ରତି ମିନିଟ୍‌ରେ ବିରିୟାନୀର ୯୫ଟି ଅର୍ଡର ଆସିଥାଏ। ବିଗତ ଦୁଇବର୍ଷରେ ମଧ୍ୟ ବିରିୟାନୀ, ସବୁଠାରୁ ଅଧିକ ଅର୍ଡର କରାଯାଇଥିବା ଖାଦ୍ୟରେ ସାମିଲ ଥିଲା। କୁହାଯାଉଛି, ଏହି ଆପ୍‌ର ୟୁଜରମାନେ ଚିକେନ୍‌ ବିରିୟାନୀକୁ ବେଶି ପସନ୍ଦ କରିଥାଆନ୍ତି।

    ଫୁଡ୍‌ ଡେଲିଭରି ଆପ୍‌ରେ ଚଳିତବର୍ଷ ଗୋଲାପଜାମ୍‌ର ୧୭ ଲକ୍ଷ ୬୯ ହଜାର ୩୯୯ଟି ଅର୍ଡର ଆସିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ଭାରତୀୟମାନଙ୍କ ପାଇଁ ଗୋଲାପଜାମ୍‌ ଆଜି ବି ଏକ ପସନ୍ଦର ଡେଜର୍ଟ ହୋଇରହିଛି। ଏହି ଅର୍ଡର ଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତୀତ ବାଙ୍ଗାଲୋର୍‌, ହାଇଦ୍ରାବାଦ୍‌ ଏବଂ ଚେନ୍ନାଇ ଭଳି ସହରରୁ ଅଧିକ ଆସିଥିଲା।

    ରିପୋର୍ଟ ଅନୁସାରେ, ଭାରତୀୟମାନେ ମୁଗ ଡାଲି ହାଲଓ୍ଵା ଏବଂ ଫାଲୁଦା ଖାଦ୍ୟରେ ମଧ୍ୟ ବେଶ୍‌ ମାହିର ଅଟନ୍ତି। ଫାଲୁଦାର ୧୧.୯୪ ଲକ୍ଷ ଏବଂ ମୁଗ ଡାଲି ହାଲଓ୍ଵାର ୨ ଲକ୍ଷରୁ ଅଧିକ ଅର୍ଡର ଆସିଛି। ବିବାହ ଉତ୍ସବରେ ମଧ୍ୟ ମୁଗ ଡାଲି ହାଲଓ୍ଵାକୁ ଖୁବ୍‌ ପସନ୍ଦ କରାଯାଇଥାଏ। ସେହିପରି ଫାଲୁଦା ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ପଯ୍ୟର୍ନ୍ତ, ସମସ୍ତଙ୍କ ମଧ୍ୟରେ ଏକ ଲୋକପ୍ରିୟ ଖାଦ୍ୟ।

    ଅନ୍ୟପକ୍ଷରେ ଦେଖିବାକୁ ଗଲେ, ଖେଚୁଡ଼ି ମଧ୍ୟ ଭାରତୀୟମାନଙ୍କର ଆଉ ଏକ ପସନ୍ଦର ଖାଦ୍ୟ। ଚଳିତବର୍ଷ ଖେଚୁଡ଼ି ଅର୍ଡରରେ ୧୨୮ ପ୍ରତିଶତ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି। ବର୍ଷ ୨୦୧୯ରେ ଖେଚୁଡ଼ି, ବିରିୟାନୀ ବ୍ୟତୀତ ମସଲା ଦୋସା, ପନିର ବଟର ମସଲା, ଭେଜ୍‌ ଫ୍ରାଇଡ୍‌ ରାଇସ୍‌ ଏବଂ ଡାଲ୍‌ ମଖନ୍‌ ସବ୍‌ଜିକୁ ବେଶି ପସନ୍ଦ କରାଯାଇଥିଲା।

    ରିପୋର୍ଟ ମୁତାବକ, ପିଜ୍ଜା ଅର୍ଡର କରୁଥିବା ଭେଜିଟେରିୟାନ୍‌ମାନେ ଟପିଙ୍ଗ୍‌ସକୁ ବେଶି ଗୁରୁତ୍ୱ ଦେଇଥାଆନ୍ତି। ପିଜ୍ଜା ଅର୍ଡରରେ ପନିର, ପିଆଜ, ଏକ୍ସଟ୍ରା ଚିଜ୍‌, ମଶ୍‌ରୁମ, ଶିମଲା ମିର୍ଚ, କର୍ଣ୍ଣ ଆଦି ପସନ୍ଦର ଟପିଙ୍ଗ୍‌ସ ରହିଛି। ସେହିପରି ଅନ୍ୟ ଲୋକପ୍ରିୟ ବ୍ୟଞ୍ଜନ ମଧ୍ୟରେ ମଖନ୍‌ ଓ୍ଵିଥ୍‌ ଜିରା ରାଇସ୍‌, ମିନି ଦୋସା, ଇଡ୍‌ଲି, ମେଥି ମଲାଇ ମଟର, ଚପାତି ଥାଳି, କୋବି ବଟର ମସଲା ଆଦି ସାମିଲ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ