Sunday, March 22, 2026
23.7 C
Odisha

    ସସ୍ମିତା ମାଝୀ ବିଜେଡିରୁ ବହିଷ୍କୃତ, ଆସିଛି ଏହି ଅଭିଯୋଗ

    ଆଗକୁ ପଢନ୍ତୁ

    ଭିକେ ପାଣ୍ଡିଆନଙ୍କ ନାଁ ନେଇ ଚାକିରି କରାଇ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଫସିଥିବା ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ୩ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ମାଝୀଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ଦଳ ତରଫରୁ ଏକ ପ୍ରେସ୍ ରିଲିଜ୍ ଜରିଆରେ ସୂଚନା ଦିଆଯାଇଛି। ଜନବିରୋଧୀ କାର୍ଯ୍ୟ ଯୋଗୁ ସସ୍ମିତା ମାଝୀଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ପ୍ରେସ୍ ରିଲିଜରେ ଉଲ୍ଲେଖ କରାଯାଇଛିଏହି ମାମଲାରେ ସସ୍ମିତା ମାଝୀଙ୍କ ସମେତ ୩ ଜଣ ଅଭିଯୁକ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗିରଫ ହୋଇଛନ୍ତି। ତାଙ୍କ ନାଁ ରମେଶ ରାଉତ। ତାଙ୍କ ଘର କେନ୍ଦ୍ରାପଡ଼ାରେ। ତାଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଛି। ରମେଶ ନିଜକୁ ଭିକେ ପାଣ୍ଡିଆନଙ୍କ ଶଳା କହି ଚାକିରି କରାଇ ଦେବା ନାଁରେ ଅନେକ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କ ହଡ଼ପ କରିଛି। ଏଥିରେ ତାଙ୍କ ସହିତ ସସ୍ମିତା ମାଝୀ ଓ ଅନ୍ୟ ଜଣେ ସହଯୋଗୀ ସାମିଲ ଥିବା ଅଭିଯୋଗ ହୋଇଛି। ରମେଶଙ୍କୁ ଗିରଫ କରାଯାଇଥିବା ଅନ୍ୟ ଦୁଇ ଜଣ ଫେରାର ଥିବା ଜଣାପଡ଼ିଛି।

    ଏହି ତିନି ଜଣଙ୍କ କାରନାମାର ଚେର କେନ୍ଦ୍ରାପଡ଼ାରୁ ମାଲକାନଗିରି ପର୍ଯ୍ୟନ୍ତ ଲମ୍ବିଛି। କେବଳ ମାଥିଲି ଥାନାରେ ସେମାନଙ୍କ ନାଁରେ ଏକାଧିକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନେ କାର୍ତ୍ତିକ ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ଠାରୁ ୨୬ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଥିବା ବେଳେ ମାଧବ କୁମାରଙ୍କୁ ପିଇଓ ଚାକିରି କରାଇ ଦେବା ନାଁରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ