Monday, March 16, 2026
35.9 C
Odisha

    ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର

    ଆଗକୁ ପଢନ୍ତୁ

    ସମ୍ବଲପୁର: ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଥିବା ଜଣାଯାଇଛି।  ତାଙ୍କ ପିଏସଓ ବି ଆହତ ହୋଇଛନ୍ତି।ଭୁବନେଶ୍ୱରରୁ ବରଗଡ଼ ଫେରିବା ବେଳେ ରେଢ଼ାଖୋଲ ନିକଟ ଲୁହାପଙ୍କ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ଏହି ସମୟରେ ଏକ ଆମ୍ବୁଲାନ୍ସ ‌ ଆସୁଥିଲା। ସେହି ଗାଡ଼ି ଚାଳକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାକୁ ନେଇଥିଲେ। ତାପରେ ବିଜେଡି କର୍ମୀମାନେ ତାଙ୍କୁ ସମ୍ବଲପୁରର ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ତ‌ାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ଶରୀରରେ ୩୬ଟି ଷ୍ଟିଚ୍ ପଡ଼ିଛି।
    ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଆପୋଲୋ ହସ୍ପିଟାଲକୁ ନିଆଯିବା ପାଇଁ ଯୋଜନା ରହିଛି। ଦିନ ୧୨ଟା ବେଳକୁ ତାଙ୍କୁ ଭୁବନେଶ୍ବର ଅଣାଯିବ ବୋଲି ଜଣାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.9 ° C
    35.9 °
    35.9 °
    20 %
    5.4kmh
    90 %
    Mon
    35 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ