Tuesday, October 13, 2026
24.9 C
Odisha

    ଆସନ୍ତାକାଲିଠୁ ବିଜେଡିର ପରିବାର ସମ୍ପର୍କ ଅଭିଯାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ ‘ପରିବାର ସମ୍ପର୍କ ଅଭିଯାନ’ ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ। ଏହି ପରିବାର ସମ୍ପର୍କ ଅଭିଯାନରେ ବଜୁ ଜନତା ଦଳ ପ୍ରତି ପରିବାରରେ ପହଞ୍ଚିବ। ଲିଫ୍‌ଲେଟ୍‌ ମାଧ୍ୟମରେ କ୍ୟାମ୍ପେନ କରିବା ସହ ନବୀନ ସରକାରଙ୍କ ସଫଳତା ସହ ସବୁ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବ। ଏନେଇ ବଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି।
    ସେ କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ପ୍ରତି ବର୍ଷ ପରି ଗତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ଜନ ସମ୍ପର୍କ ପଦଯାତ୍ରା ହୋଇଥିଲା। ତା ପରେ ଯେ ପ୍ରତି ନିର୍ବାଚନ ମଣ୍ଡଳୀର ୨୦୦ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା। ଡ଼ିସେମ୍ବର ୨୫ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି। ଆସନ୍ତାକାଲି ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ପରିବାର ସମ୍ପର୍କ ଅଭିଯାନ କରାଯିବ। ଘରେ ଘରେ ପହଞ୍ଚିବା ସହ, ଲିଫ୍‌ଲେଟ୍‌ ମାଧ୍ୟମରେ କ୍ୟାମ୍ପେନ କରାଯିବ। ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହେବ। ଏହାକୁ ସ୍ଥାନୀୟ ନେତୃତ୍ୱ ଅନୁପାଳନ କରିବେ। ଜିଲ୍ଲା ପର୍ଯ୍ୟବେକ୍ଷକ ଏହାକୁ ତଦାରଖ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.9 ° C
    24.9 °
    24.9 °
    76 %
    1.5kmh
    77 %
    Tue
    25 °
    Wed
    29 °
    Thu
    29 °
    Fri
    31 °
    Sat
    31 °

    ସମ୍ବନ୍ଧିତ