Tuesday, April 7, 2026
35.3 C
Odisha

    ବିଜେଡି କରିବ ପ୍ରଶିକ୍ଷଣ ଶିବିର ; ପ୍ରଶିକ୍ଷଣ ଦେବେ ଅନୁଭବୀ ନେତା

    ଆଗକୁ ପଢନ୍ତୁ

    ବିଜେପି ପରେ ଖୁବଶୀଘ୍ର ବିଜେଡି କରିବ ପ୍ରଶିକ୍ଷଣ ଶିବର । ୨୫ ତାରିଖରେ ଶଂଖ ଭବନରେ ଆୟୋଜିତ ହେବ ଏହି ପ୍ରଶିକ୍ଷଣ ଶିବିର । ଏଥିରେ ବରିଷ୍ଠ ତଥା ଅଭିଜ୍ଞ ନେତା ବିଧାନସଭାର ନୀତି ନିୟମ ବାବଦରେ ପ୍ରଶିକ୍ଷଣ ଦେବେ । ଦିନକ ପାଇଁ ଏହି ଶିବିର ଆୟୋଜିତ ହେବ । ୨୫ ତାରିଖ ୧୦ ଟାରୁ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବିଜେଡି ଉପମୁଖ୍ୟ ସଚେତକ ପ୍ରତାପ ଦେବ ।ଆଜି ଶସକ ଦଳ ପକ୍ଷରୁ ବିଧାନସଭାରେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଥିବାବେଳେ ଏଥିରେ କିନ୍ତୁ ଯୋଗ ଦେଇନାହାଁନ୍ତି ବିଜେଡି ଓ କଂଗ୍ରେସ ବିଧାୟକ । ଏହାକୁ ଦଳୀୟ ପ୍ରଚାର ଭାବେ ବିଜେପି ଆୟୋଜନ କରୁଛି କହି ପ୍ରଶିକ୍ଷଣ ଶିବିରକୁ ବୟକଟ କରିଛନ୍ତି ଉଭୟ ଦଳର ବିଧାୟକ । ତେଣୁ ନିଜର ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ଘୋଷଣା କରିଛି ବିଜେଡି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ