Monday, August 31, 2026
24.4 C
Odisha

    ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଅସଭ୍ୟ ଗାଳି, ସାଇବର ଥାନାରେ ମାମଲା ରୁଜୁ କଲା ବିଜେପି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୦/୦୧: ପ୍ରଧାନମନ୍ତ୍ରୀଙ୍କ ଅପମାନକୁ ସହିବେ ନାହିଁ ଓଡିଶାବାସୀ । ୮୦ ପ୍ରତିଶତ ଓଡିସାବାସୀଙ୍କ ସମର୍ଥନ ଥିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରତି ବିଜେଡି ଅସହିଷ୍ଣୁ ହୋଇପଡିଛି । ସାମାଜିକ ଗଣମାଧ୍ୟମ ଫେସବୁକରେ ଶାସକ ବିଜୁ ଜନତା ଦଳର ପଦାଧିକାରୀମାନେ ଆଡମିନ୍ ଥିବା ଏକ ଗୃପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଆଯାଇଥିବାର ଏକ ପୋଷ୍ଟ କରାଯାଇଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଅକ୍ଷମଣୀୟ । ଏହା ଏକ ଗର୍ହୀତ ଅପରାଧ ଏବଂ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଦାବୀ କରି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦିଆଯାଇଛି ।

    ଆଜି ସମଗ୍ର ବିଶ୍ୱ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ପ୍ରଶଂସା ଓ ସମ୍ମାନିତ କରୁଥିବାବେଳେ ଓଡିଶାରେ ବିଜେଡି ଦଳର କର୍ମୀମାନେ ଅସଭ୍ୟ ଭାଷାରେ ଗାଳି ଦେଉଛନ୍ତି । ଦେଶରେ ପର୍ଯ୍ୟଟନ ବିକାଶକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଲାକ୍ଷାଦ୍ୱୀପକୁ “ଟୁରିଜିମ୍ ହବ୍‌”କରିବାର ସୁବନ୍ଦୋବସ୍ତ କରିଛନ୍ତି । ଏପରିକି ସେ ନିଜେ ଲାକ୍ଷାଦ୍ୱୀପ ସମୁଦ୍ରରେ “ସ୍କ୍ୟୁବା ଡାଇଭିଙ୍ଗ” କରୁଥିବାର ଫଟୋ ପୋଷ୍ଟ ମଧ୍ୟ କରିଛନ୍ତି । ଏହା ଦ୍ୱାରା ଲାକ୍ଷାଦ୍ୱୀପ ତଥା ଭାରତବର୍ଷକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବେ ଏବଂ ଆର୍ଥିକ ଅଭିବୃଦ୍ଧି ହେବ । କିନ୍ତୁ ବିଜୁ ଜନତା ଦଳର କର୍ମୀମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିକାଶ କାମ ପସନ୍ଦ ଆସିଲା ନାହିଁ ଏବଂ ଅସଭ୍ୟ ଓ ଅଶ୍ଳୀଳ ଭାଷା ପ୍ରୟୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେବାକୁ ପଛାଇଲେ ନାହିଁ । ଦେଶର ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ମାମଲା ରୁଜୁ କରାଯାଇ ଗିରଫ କରାଯାଉ । ନଚେତ୍ ନ୍ୟାୟିକ ଲଢେଇ ସହ ରାଜରାସ୍ତାରେ ବିଜେପି ଆନ୍ଦୋଳନ କରିବ ବୋଲି ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
    ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପ୍ରତିଛବିକୁ “ବିଜୁ ଜନତା ଦଳ ଓଡ଼ିଶା”ର ଫେସବୁକ ଆଇଡିରୁ ପୋଷ୍ଟ କରାଯାଉଛି । ବିଜେଡି କର୍ମୀଙ୍କ ଅଶାଳୀନ କମେଂଟ ଦ୍ୱାରା ମୋଦିଜୀଙ୍କ ସମ୍ମାନ ହାନୀ ଘଟିଛି । ବିଜେଡି ସାମାଜିକ ଗଣମାଧ୍ୟମରେ ‘ଗୁଣ୍ଡା ସୃଷ୍ଟିକାରୀ ଦଳ’ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀଙ୍କ ଫଟୋରେ ଅସମ୍ମାନଜନକ ମନ୍ତବ୍ୟ ପୋଷ୍ଟ କରିଛି । ଶାସକ ବିଜୁ ଜନତା ଦଳ ନିଜର ରାଜନୈତିକ ପ୍ରଚାର ପ୍ରସାର ପାଇଁ ଫେସବୁକରେ ଏଭଳି ହୀନ ପୋଷ୍ଟ କରିଛି । ବିଜେଡିର ଇପ୍ସିତା ସାହୁ, ସୁବ୍ରତ ଛାଟୋଇ, ଅଞ୍ଜନା କବି, ପଙ୍କଜ କେ ସିଂ, ଅମରଜିତ୍ ସେନାପତି, ନିବେଦିତା ବଳିୟାରସିଂ ନାୟକ ପ୍ରମୁଖ ବିଜୁ ଜନତା ଦଳର ପଦାଧିକାରୀ ଓ କର୍ମୀମାନେ ଫେସ୍‌ବୁକ୍ ପେଜ୍‌ରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ନେଇ ଅପମାନଜନକ ମନ୍ତବ୍ୟ ଲେଖି ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରୁ ସ୍ପଷ୍ଟ ଜଣାପଡୁଛି ଯେ, ବିଜେଡି ସରକାର ମୋଦିଜୀଙ୍କୁ କେତେ ଘୃଣା, ଅବମାନନା କରୁଛି । ଧାରା ୧୨୪(ଏ), ୧୫୩(ଏ), ୫୦୪, ୫୦୫(୨) ଆପିସି ୧୮୬୦ ସେକ୍ସନ ୬୬,୬୭ ଦ୍ୱାରା ଏମାନଙ୍କ ନାମରେ ମାମଲା ରୁଜୁ କରି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବରିଷ୍ଠ ଆଇନଜୀବି ତଥା ରାଜ୍ୟ ମୁଖପାତ୍ର ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଦାବୀ କରିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଠାକୁର ରଞ୍ଜିତ ଦାସ, ରାଜେନ୍ଦ୍ର ପଣ୍ଡା, ସୋନାଲୀ ସାହୁ, ଅନିଲ ବିଶ୍ୱାଳ, ମନୋଜ ମହାପାତ୍ର, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହସଂଯୋଜକ ସୁଜିତ୍ କୁମାର ଦାସ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ପବିତ୍ର ଦାସ, ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    95 %
    2.7kmh
    100 %
    Mon
    24 °
    Tue
    26 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ