Sunday, September 27, 2026
22.6 C
Odisha

    ଓଡ଼ିଶାର ବିକାଶ ପ୍ରତି ସଂକଳ୍ପବଦ୍ଧ ମୋଦି ସରକାର : ବିଜୟପାଲ୍ ସିଂ ତୋମାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର/ଖୋର୍ଦ୍ଧା, ତା.୧୪/୦୧: ଭାରତ ବର୍ଷର ବିକାଶମୂଳକ ପ୍ରସଙ୍ଗ ସମ୍ପର୍କରେ ଗତ ୧୫ ନଭେମ୍ବରରୁ ଆରମ୍ଭ ହୋଇଥିବା “ବିକଶିତ ଭାରତ ସଂକଳ୍ପ ଯାତ୍ରା” ଦେଶର ଅଢ଼େଇ ଲକ୍ଷ ପଂଚାୟତ ଓ ସହରାଚଂଳକୁ ପହଂଚି ଲୋକଙ୍କୁ ସଚେତନ କରୁଛି । ମୋଦିଙ୍କ ଗ୍ୟାରେଂଟି ହେଉଛି “ଯୁବବର୍ଗଙ୍କ ଆତ୍ମନିର୍ଭର ଓ କୃଷକଙ୍କ ଆର୍ôଥକ ଉନ୍ନତି, ଗରିବଙ୍କ ବିକାଶ, ମହିଳାଙ୍କ ସଶକ୍ତିକରଣ” । ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଆଜି ଖୋର୍ଦ୍ଧା ସହରର ୱାର୍ଡ ନଂ ୧୧ରେ ସଂକଳ୍ପ ରଥକୁ ସ୍ଥାନୀୟ ଜନସାଧାରଣଙ୍କ ତରଫରୁ ସ୍ୱାଗତ କରାଯାଇଥିଲା । ଖୋର୍ଦ୍ଧା ପୌରପାଳିକା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ତଥା ରାଜ୍ୟ ସହପ୍ରଭାରୀ ଶ୍ରୀ ବିଜୟପାଲ ସିଂ ତୋମାର୍ ଉଦ୍‌ଘାଟନ କରିଥିଲେ । ୨୦୪୭ ମସିହା ସୁଦ୍ଧା ଭାରତବର୍ଷକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସମସ୍ତଙ୍କୁ ଶ୍ରୀ ତୋମାର ସଂକଳ୍ପପାଠ କରାଇଥିଲେ । ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଯେଉଁସବୁ ଜନହିତକର ଏବଂ ଗରିବ କଲ୍ୟାଣ ଯୋଜନାମାନ ସାଧାରଣ ଜନତାଙ୍କ ଏବଂ ଦେଶବାସୀଙ୍କ ପାଇଁ ପ୍ରଚଳନ କରିଛନ୍ତି ସେଗୁଡିକ ତଳସ୍ତରରେ କିପରି ପହଂଚିବ ସମସ୍ତ ସରକାରୀ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦି ହିଁ ଦେଶବାସୀଙ୍କ ପାଇଁ ଏକମାତ୍ର ଗ୍ୟାରେଂଟି ବୋଲି ଶ୍ରୀ ତୋମାର ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ ।
    ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୪୭ ସୁଦ୍ଧା ସାରା ବିଶ୍ୱରେ ଭାରତକୁ ବିଶ୍ୱଗୁରୁ ଓ ପରମବୈଭବ ରାଷ୍ଟ୍ର ଗଢ଼ି ତୋଳିବେ । ଏଥିଲାଗି ସବୁ ସ୍ତରରେ ବିକାଶ ହେବା ନିତ୍ୟାନ୍ତ ଆବଶ୍ୟକ । ମୋଦିଙ୍କ ଲକ୍ଷ୍ୟ ସବୁ ଯୋଜନାର ଲାଭ ସଠିକ୍ ଓ ଯୋଗ୍ୟ ହିତାଧିକାରୀ ପାଆନ୍ତୁ, ଯଦ୍ୱାରା ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଉଦାହରଣ ସ୍ୱରୂପ ଉଜ୍ଜ୍ୱଳା ସଂଯୋଗ, ପିଏମ୍ କିଷାନ ସମ୍ମାନ ନିଧି, ବ୍ୟାଙ୍କ ଖାତା ଖୋଲିବା, ମୁଦ୍ରା ଯୋଜନା ଭଳି ସମସ୍ତ ଯୋଜନା ସମ୍ପର୍କରେ ଜନସଚେତନତା ଏବଂ ପଞ୍ଜୀକରଣ କାର୍ଯ୍ୟକ୍ରମ ଏକ ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ତୋମାର କହିଛନ୍ତି ।
    ସେହିପରି ସ୍ୱଚ୍ଛତୀର୍ଥ ଅଭିଯାନରେ ଖୋର୍ଦ୍ଧା ବ୍ଲକ ପଲ୍ଲାତୋଟାପଡା ପଂଚାୟତର ବେରୁଁହାଠାରେ ପ୍ରତିଷ୍ଠିତ ମା” ଜାଗୁଳେଇ ଠାକୁରାଣୀଙ୍କ ପୀଠରେ ରାଜ୍ୟ ସଭା ସାଂସଦ ଶ୍ରୀ ବିଜୟପାଲ ସିଂ ତୋମାର୍ ସ୍ଥାନୀୟ ବାସିନ୍ଦା ଓ କାର୍ଯ୍ୟକର୍ତାଙ୍କୁ ନେଇ ସଫେଇ କରିଛନ୍ତି । ଏହାଛଡା ଜାନୁୟାରୀ ୨୨ତାରିଖ ଅଯୋଧ୍ୟାରେ ପ୍ରଭୁ ଶ୍ରୀ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପର୍ଯ୍ୟନ୍ତ ଏହି ସଫେଇ ଅଭିଯାନ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି ।
    ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଗଠନ (ସମ୍ପାଦକ) ମାନସ ମହାନ୍ତି, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାଳୁ ଖଣ୍ଡାୟତରାୟ, ଖୋର୍ଦ୍ଧ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ଶ୍ରୀରଞ୍ଜନ ମଙ୍ଗରାଜ, ନିକୁଞ୍ଜ ପଟ୍ଟନାୟକ, ରାମ ନାରାୟଣ ଦାସ, ଦେବବ୍ରତ ଆଚାର୍ଯ୍ୟ, ଅଭିମନ୍ୟୁ ଘଟୁଆଳ, ଶୋଭନ ଘୋଷ, ସ୍ଥାନୀୟ କାଉନସିଲର ଶ୍ରିଷ୍ଟି ମାଝୀ, ବଦ୍ରି ନାରାୟଣ ଦାଶ, ବଦ୍ରିନାରାୟଣ ସାହୁ, ପ୍ରଦୀପ୍ତ ପାଣି, ରାଜୀବ ଷଡଙ୍ଗୀ, ତ୍ରିଲୋଚନ ଦାସ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    22.6 ° C
    22.6 °
    22.6 °
    96 %
    1.5kmh
    65 %
    Sat
    22 °
    Sun
    29 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ