Friday, May 17, 2024
37.2 C
Odisha

    ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଅବସ୍ଥାପିତ ଥିବା ଜିଲ୍ଲାପାଳ, ଏସ୍‌ପି, ସିଡିପିଓ, ବିଡିଓ, ତହସିଲଦାରଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ : ଡ.ଲେଖାଶ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୧୬/୦୧: ନିର୍ବାଚନରେ ସରକାରୀ କଳ, ପୋଲିସ ପ୍ରଶାସନ, ସାମ୍ବିଧାନିକ ବିଧି ବ୍ୟବସ୍ଥା ଏବଂ ସାମ୍ବିଧାନିକ ଅନୁଷ୍ଠାନମାନଙ୍କୁ ବ୍ୟବହାର କରିି ଶାସକ ବିଜେଡି ସପକ୍ଷରେ ଜନମତକୁ ବିଭ୍ରାନ୍ତ କରୁଥିବାର ବହୁ ଅଭିଯୋଗ ଓ ପ୍ରମାଣ ରହିଛି । ଆଗକୁ ୨୦୨୪ ସାଧାରଣ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ପରିଚାଳନାକୁ ଅବାଧ ଓ ନିରପେକ୍ଷ କରାଇବା ଦାୟୀତ୍ୱ ହେଉଛି ନିର୍ବାଚନ କମିଶନଙ୍କର ଏବଂ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ପାଳନ କରିବା ଦାୟୀତ୍ୱ ହେଉଛି ରାଜ୍ୟ ସରକାରଙ୍କର । ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଗୋଟିଏ ସ୍ଥାନରେ ଅବସ୍ଥାପିତ ଥିବା ଜିଲ୍ଲାପାଳ, ପୋଲିସ ଏସପି, ସିଡିପିଓ, ବିଡିଓ, ତହସିଲଦାରମାନଙ୍କ ଭଳି ସରକାରୀ ଅଧିକାରୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଉ । ଅତୀତରେ ଅବସ୍ଥାପିତ ଥିବା ଜିଲ୍ଲା ତଥା ବ୍ଲକରେ ସରକାରୀ ଅଧିକାରୀମାନେ ପୁନଃ ଅବସ୍ଥାପିତ ହୋଇପାରିବେ ନାହିଁ । ଏପରିକି ନିର୍ବାଚନ ପରିଚାଳନା ଦାୟୀତ୍ୱରେ ଥିବା ସରକାରୀ ଅଧିକାରୀମାନେ ନିଜ ନିଜ ଗୃହ ଜିଲ୍ଲାରେ ମଧ୍ୟ ଅବସ୍ଥାପିତ ହୋଇପାରିବେ ନାହିଁ । ଏହି ପରିପ୍ରେକ୍ଷୀରେ ଗତ ୨୦୨୩ ଡିସେମ୍ବର ୨୧ତାରିଖ ଦିନ ଜାତୀୟ ମୁଖ୍ୟ ନିର୍ବାଚନ କମିଶନ ଏକ ନିର୍ଦ୍ଦେଶାନାମା ଜାରୀ କରି ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ସେମାନଙ୍କୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଜାରୀ ହେବାର ପାଖାପାଖି ମାସେ ବିତିବାକୁ ଗଲାଣି, କିନ୍ତୁ ଆଜି ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନେଲେ ନାହିଁ କି କୈାଣସି ପ୍ରକ୍ରିୟା ଆରମ୍ଭ କଲେ ନାହିଁ । ୨୦୧୮ମସିହା ଜାନୁଅରୀ ୧୯ରୁ ଆଶିଷ ଠାକରେ କେନ୍ଦୁଝର ଜିଲ୍ଲାପାଳ ଭାବେ, ୨୦୧୮ ମସିହା ଏପ୍ରିଲ ୨୧ ତାରିଖରୁ ବିନିତ ଭରଦ୍ୱାଜ ମୟୂରଭଞ୍ଜ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଛନ୍ତି । ଏପରି ଆହୁରି ଅନେକ ଅଧିକାରୀ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ପଦରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି । ଦଳୀୟ କାର୍ଯ୍ୟରେ ବ୍ୟବହାର କରୁଥିବାରୁ ରାଜ୍ୟ ସରକାର ଜାଣିଶୁଣି ସେମାନଙ୍କୁ ବଦଳି କରୁନାହାନ୍ତି । ଏହା ଦ୍ୱାରା ଅବାଧ ଓ ନିରପେକ୍ଷ ନିର୍ବାଚନ ଅସମ୍ଭବ । ତେଣୁ ଯଥାଶୀଘ୍ର ସେମାନଙ୍କୁ ବଦଳି କରାଯାଉ ବୋଲି ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀ ସାମନ୍ତସିଂହାର ଦାବୀ କରିବା ସହିତ ଏ ସଂକ୍ରାନ୍ତରେ ଏକ ଦାବୀ ପତ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି ।
    ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବୀ ଜଣାଇଛି । ଦଳୀୟ ସ୍ୱାର୍ଥ ହାସଲ ପାଇଁ ଶାସକ ବିଜେଡି ପ୍ରଶାସନ ଅଧିକାରୀକୁ ବ୍ୟବହାର କରିଆସୁଛି । ଅନ୍ୟ ପଟେ ସରକାରୀ ଅଧିକାରୀମାନେ ନିଜ କର୍ତବ୍ୟ ଓ ଦାୟୀତ୍ୱ ଭୁଲି ଯାଇ ଏଭଳି ଅପରାଧିକ କାର୍ଯ୍ୟ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରୀକ ଏବଂ ଅବିଶ୍ୱସନୀୟ । ଅବାଧ, ନିରପେକ୍ଷ ଓ ମୁକ୍ତ ନିର୍ବାଚନ ପରିଚାଳନା ଦାୟୀତ୍ୱରେ ସରକାରୀ ଅଧିକାରୀମାନେ ଶାସକ ବିଜେଡିର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏଭଳି ଅପରାଧିକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ଲିପ୍ତ ନ ରହିବାକୁ ଡ.ଲେଖାଶ୍ରୀ କହିଛନ୍ତି । ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନକଲେ ଖୁବ୍ ଶୀଘ୍ର ‘ଦୀର୍ଘ ବର୍ଷ ଧରି ଅବସ୍ଥାପିତ ଥିବା ଅଧିକାରୀଙ୍କ ତାଲିକା’ ସହ ଧାରଣା ଦେବ ବିଜେପି ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
    ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ ସମ୍ପାଦିକା କସ୍ତୁରୀ ମିଶ୍ର, ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ସହସଂଯୋଜକ ସୁଜିତ୍ କୁମାର ଦାସ, ଲିଗାଲ୍ ସେଲ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.2 ° C
    37.2 °
    37.2 °
    31 %
    4.8kmh
    90 %
    Fri
    34 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ