Friday, May 17, 2024
37.2 C
Odisha

    ନବୀନ ସରକାର ବ୍ରାଣ୍ଡ ଚୋରୀର ସରକାର : ପୃଥ୍ୱିରାଜ ହରିଚନ୍ଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୮/୦୨: ଚୋରୀ କରିବାର ଗୋଟିଏ ସୀମା ଥାଏ । ନବୀନ ବାବୁଙ୍କ ସରକାର ବ୍ରାଣ୍ଡ ଚୋରୀର ସରକାର । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ରାଜ୍ୟରେ ବିଜୁ ଜନତା ଦଳ ସରକାର ଚୋରି କରିବାରେ ପିଏଚ୍‌ଡି ହାସଲ କରିବା ସହିତ ୧ ନମ୍ବର ସ୍ଥାନ ହାସଲ କରିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ‘ଆବାସ ଯୋଜନା ଓ ବିଜୁ ମୋ କୁଡିଆ’ରେ ରୂପାନ୍ତରୀକରଣ କରିବା, ଅମୃତ ଯୋଜନାକୁ ବସୁଧା ଯୋଜନା ନାଁରେ ଲୋକଙ୍କ ପାଖରେ ପହଂଚାଇବା ଏଭଳି ଅଗଣିତ ଦୃଷ୍ଟାନ୍ତ ରାଜ୍ୟ ସରକାରଙ୍କ ଚୋର ମୁହଁକୁ ପର୍ଦ୍ଦାଫାସ କରିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ବଳରେ ମୋଦି ସରକାର ଦେଉଥିବା ମାଗଣା ଚାଉଳକୁ ରାଜ୍ୟରେ ନବୀନ ସରକାର ନିଜେ ଦେଉଛନ୍ତି ବୋଲି କହିବା ପାଇଁ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି । ମାଗଣା ଚାଉଳ କେନ୍ଦ୍ର ଦେବ, ମାତ୍ର ରାଜ୍ୟ ସରକାର ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ବରିଷ୍ଠ ନେତା ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
    ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ୩କୋଟି ୨୬ ଲକ୍ଷ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ମାତ୍ର ୯ଲକ୍ଷ ୯୭ହଜାର ହିତାଧିକାରୀଙ୍କୁ ମାଗଣାରେ ଚାଉଳ ମିଳୁଛି । ‘ବ୍ରାଣ୍ଡ ଚୋରୀ’ରେ ଓସ୍ତାଦ ନବୀନ ସରକାର ବର୍ତମାନ ‘୫-ଟି ଓ ଶଙ୍ଖ ଚିହ୍ନ’ ଏବଂ ‘ଆମ ଓଡିଶା ନବୀନ ଓଡିଶା’ ଲୋଗ ଥିବା ବ୍ୟାଗ ଦେଇ ମାଗଣା ଚାଉଳ ବଂଟନ କରିବାର ଷଡଯନ୍ତ୍ର କରିଛନ୍ତି । ସାଧାରଣ ନିର୍ବାଚନକୁ ଆଉ ୨ ମାସ ବାକି ଥିବା ସମୟରେ ସରକାରୀ ଅଧିକାରୀମାନଙ୍କୁ ବ୍ୟବହାର କରି ବ୍ୟାଗ ଜରିଆରେ ରାଜ୍ୟ ସରକାର ବ୍ରାଣ୍ଡ ଚୋରିର ସୁଚିନ୍ତିତ ଯୋଜନା କରିଛନ୍ତି । ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ଚାଉଳ ବଂଟନ ସକାଶେ ୨ଟି ବ୍ୟାଗ ଦେବା ପାଇଁ ଜିଲ୍ଲାପାଳମାନେ ଭିଡିଓ କନଫରେନସିଂ ଜରିଆରେ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରଙ୍କୁ ବ୍ୟାଗ ବଂଟନ କରିବାରେ କୈାଣସି ଆପତି ନାହିଁ, କିନ୍ତୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଥିବା ହିତାଧିକାରୀଙ୍କୁ ‘୫-ଟି ଓ ଶଙ୍ଖ ଚିହ୍ନ’ ଏବଂ ‘ଆମ ଓଡିଶା ନବୀନ ଓଡିଶା’ ଲୋଗ ଥିବା ବ୍ୟାଗରେ ଚାଉଳ ଦେଲେ ବିରୋଧ କରାଯିବ । ବ୍ରାଣ୍ଡ ଚୋରୀ କରି ପ୍ରଧାନମନ୍ତ୍ରୀଙ୍କର ଉପଲବ୍ଧିକୁ ଚୋରୀ କରିବାକୁ ଚେଷ୍ଟାକଲେ ରାଜ୍ୟର ସବୁ ଡିଲର୍ ପଏଂଟ୍‌ରେ ବ୍ୟାଗ ପୋଡାଯାଇ ବିରୋଧ କରାଯିବ । ଏଥି ସହ ଏହି ବ୍ରାଣ୍ଡ ଚୋରୀ ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଚଂଚକତା କରି ଓଡ଼ିଶାବାସୀଙ୍କୁ ଭୂଆଁ ବୁଲାଉଛି ବିଜେଡି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
    ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    37.2 ° C
    37.2 °
    37.2 °
    31 %
    4.8kmh
    90 %
    Fri
    34 °
    Sat
    35 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ