Tuesday, August 11, 2026
28.5 C
Odisha

    “ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ”: ମନୋଜ ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୭/୦୮: ଦେଶରେ ଓଡିଶା ଆଜିବି ଗରିବ ରାଜ୍ୟ ହୋଇ ରହିଛି । ସର୍ବଭାରତୀୟ ସ୍ତରରେ ଓଡିଶାର ଚାଷୀ “ଆୟ କରେ କମ୍ ଓ ବ୍ୟୟ କରେ କମ୍‌” । ବିଧାନସଭା ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ଚାଲିଥାଏ । କିନ୍ତୁ ଆମେ ଯାହା ଗଣମାଧ୍ୟମରୁ ଦେଖିଲୁ ତାହା ଆମକୁ ମର୍ମାହତ କରୁଛି । ଗଣମାଧ୍ୟମରେ ଚର୍ଚ୍ଚା ଓ ଶିରୋନାମାରେ ରହିବା ପାଇଁ ଓଡ଼ିଶା ବିଧାନସଭାରେ ବିଜେଡି ଓ କଂଗ୍ରେସ ଉଭୟ “ଦୌରାତ୍ମ” ଦେଖାଉଛନ୍ତି । ବିଧାନସଭାରେ କୌଣସି ପ୍ରସଙ୍ଗ ଉପରେ ଆଲୋଚନା ନହେଉ, ସେ ନେଇ ବିଜେଡି ଓ କଂଗ୍ରେସ ଅପଚେଷ୍ଟା କରୁଛି । ଏବେ “ବିଜେଡି ଗାଡିର ଡ୍ରାଇଭର ସାଜିଛି କଂଗ୍ରେସ” । ଯେତେବେଳେ ଜନଗଣନା ହେବ ସେତେବେଳେ ଜାତି ଜନଗଣନା ପ୍ରସଙ୍ଗ ଉଠାଇବା ଯଥାର୍ଥ ହୋଇପାରେ । ଗତ ପଂଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇଥିବା ତତ୍‌କାଳୀନ ବିଜେଡି ସରକାର ସର୍ଭେ ନାଁରେ ଯେଉଁ ପ୍ରହସନ ଚଳାଇଲେ ତାହା ଓଡ଼ିଶାବାସୀଙ୍କ ସାମ୍ନାରେ ସାର୍ବଜନୀନ ହେଲା ନାହିଁ କାହିଁକି? କିନ୍ତୁ ଏବେ ଅଯଥାରେ ଜାତି ଜନଗଣନା ପ୍ରସଙ୍ଗରେ ବିଧାନସଭାକୁ ବନ୍ଦ କରୁଛି କଂଗ୍ରେସ । କଂଗ୍ରେସ ଓ ବିଜୁ ଜନତା ଦଳ ଉଭୟ ଶାସନ କ୍ଷମତାରେ ଥିଲାବେଳେ ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କୁ ନ୍ୟାୟ ଦେଇନାହାନ୍ତି । ଏବେ ଭାରତୀୟ ଜନତା ପାର୍ଟି ସରକାରରେ ଓଡିଶାରେ ସାମାଜିକ ନ୍ୟାୟ ସ୍ଥାପନା ହୋଇଛି, ଏହାକୁ କଂଗ୍ରେସ ଓ ବିଜେଡି ଉଭୟ ହଜମ କରିପାରୁନାହାନ୍ତି । ଜଣେ ଆଦିବାସୀ ଆଜି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜେଡି ଓ କଂଗ୍ରେସ ଏହାକୁ ସହ୍ୟ କରିପାରୁନାହିଁ । ଓଡ଼ିଶାରେ ଆଦିବାସୀ, ଦଳିତ ୩୮% ଓ ଓବିସି ୫୨% ଅଛନ୍ତି । ଏ ସମସ୍ତଙ୍କୁ ନ୍ୟାୟ ଦେବାରେ ସମର୍ଥ ହୋଇଛି ବିଜେପି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର କହିଛନ୍ତି ।
    ୨୫ବର୍ଷ ବଜେଡି ଶାସନରେ ଓବିସି, ଏସି,ଏସ୍‌ଟିଙ୍କୁ ନ୍ୟାୟ ଦେବାକୁ ସ୍ୱର ଉଠାଇନଥିଲେ । ପ୍ରଧାନମନ୍ତ୍ରୀଙ୍କ ସମେତ ି କେନ୍ଦ୍ରରେ ୨୭ଜଣ ଓବିସିବର୍ଗ ମନ୍ତ୍ରୀ ଅଛନ୍ତି । ବିଜେପି ଓଡ଼ିଶାରେ ଆଦିବାସୀବର୍ଗଙ୍କୁ ପ୍ରତିନିଧିତ୍ୱ କରୁଥିବା ଶ୍ରୀ ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ରାଜ୍ୟର ୧୬ଜଣିଆ ମନ୍ତ୍ରୀ ପରିଷଦରେ ୪ଜଣ ଆଦିବାସୀ, ୨ଜଣ ଦଳିତ, ୭ଜଣ ଓବିସି ବର୍ଗର ମନ୍ତ୍ରୀ ଅଛନ୍ତି । ସେହିପରି ମୁଖ୍ୟସଚେତକ ଓବିସି ବର୍ଗର ହୋଇଥିବାବେଳେ ଉପମୁଖ୍ୟସଚେତକ ଜଣେ ଦଳିତ ବର୍ଗର ଅଟନ୍ତି । ବିଜେପି ସରକାର ଗଠନରେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥିବାବେଳେ ଅତୀତରେ କଂଗ୍ରେସ ଓ ବିଜେଡି ଓବିସି, ଏସି,ଏସ୍‌ଟିଙ୍କୁ ଆଦୌ ପ୍ରାଧାନ୍ୟ ଦେଇନଥିବାର ନଜିର ରହିଛି । “କଂଗ୍ରେସ କାନ୍ଧରେ ବନ୍ଧୁକ ରଖି ଗୁଳି ଫୁଟାଇବାର” ଅପଚେଷ୍ଟା କରୁଥିବା ବିଜେଡି ଆଦିବାସୀମାନଙ୍କ ଜମି ହଡପ କରିବା ପାଇଁ ଜଘନ୍ୟ ଷଡଯନ୍ତ୍ର କରିଥିଲା । ଠିକ୍ ସେହିପରିଭାବେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆବର୍ଗର ବିଭାଗ ପାଇଁ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀଟିଏ ମଧ୍ୟ ଦେଇନଥିଲେ । ସଂରକ୍ଷଣ ପାଇଁ କୁମ୍ଭୀର କାନ୍ଧଣା କାନ୍ଦୁଥିବା ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଦଳର ସଭାପତି ଓ ବିରୋଧୀ ଦଳ ନେତା ୨ଟି ପଦକୁ ମାଡି ବସିଛନ୍ତି । ବିଜେଡି ଓ ନବୀନ ବାବୁ ଯଦି ସାମାଜିକ ନ୍ୟାୟରେ ବିଶ୍ୱାସ ରଖୁଥାନ୍ତି ତେବେ ଏ ଦୁଇଟି ପଦରୁ ଗୋଟିଏ ପଦବୀ ଅନୁସୂଚିତ ଜାତି, ଜନଜାତି କିମ୍ବା ପଛୁଆ ବର୍ଗଙ୍କୁ ଦେଇ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
    ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    28.5 ° C
    28.5 °
    28.5 °
    72 %
    3.2kmh
    82 %
    Tue
    31 °
    Wed
    31 °
    Thu
    29 °
    Fri
    30 °
    Sat
    30 °

    ସମ୍ବନ୍ଧିତ