Sunday, April 12, 2026
36.4 C
Odisha

    ଗୌତମଙ୍କ ପରେ ନିର୍ବାଚନୀ ରାଜନୀତିରୁ ବିଦାୟ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଗୌତମଙ୍କ ପରେ ନିର୍ବାଚନୀ ରାଜନୀତିରୁ ବିଦାୟ ନେଲେ ବିଜେପି ସାଂସଦ ଜୟନ୍ତ ସିହ୍ନା। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର ସକ୍ରିୟ ରାଜନୀତିରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେବା ପରେ ଏବେ ହଜାରିବାଗରୁ ବିଜେପିର ସାଂସଦ ଥିବା ଜୟନ୍ତ ସିହ୍ନା ମଧ୍ୟ ନିଜକୁ ନିର୍ବାଚନୀ ରାଜନୀତିରୁ ଦୂରେଇ ଦେଇଛନ୍ତି। ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବାକୁ ସେ ଦଳକୁ ଅନୁରୋଧ କରିଛନ୍ତି। ଏ ବିଷୟରେ ସେ ଦଳର ମୁଖ୍ୟ ଜେପି ନଡ୍ଡାଙ୍କୁ ସୂଚନା ଦେବା ସହ ଶନିବାର ଏକ୍ସରେ ନିଜ ନିଷ୍ପତ୍ତି ବିଷୟରେ ଏକ ପୋଷ୍ଟ କରି ଜଣାଇଛନ୍ତି।
    ସେ ଲେଖିଛନ୍ତି ଯେ, ମୋତେ ପ୍ରତ୍ୟକ୍ଷ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ମୁଁ ଦଳର ସଭାପତି ଜେ.ପି. ନଡ୍ଡାଙ୍କୁ କହିଛି। ଭାରତ ଏବଂ ବିଶ୍ବରେ ହେଉଥିବା ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମାଧାନ ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ହେଲେ ମୁଁ ଆର୍ଥିକ ଏବଂ ଶାସନ ସମ୍ବନ୍ଧୀୟ ପ୍ରସଙ୍ଗରେ ଦଳ ସହିତ କାର୍ଯ୍ୟ ଜାରି ରଖିବି। ମୋତେ ଗତ ଦଶ ବର୍ଷ ଧରି ଭାରତ ଏବଂ ହଜାରିବାଗବାସୀଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ନେତୃତ୍ୱ ମୋତେ ଅନେକ ସୁଯୋଗ ଦେଇଥିବାରୁ ମୁଁ ସମସ୍ତଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଜୟ ହିନ୍ଦ। ‘

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.4 ° C
    36.4 °
    36.4 °
    11 %
    1.2kmh
    0 %
    Sun
    39 °
    Mon
    41 °
    Tue
    42 °
    Wed
    44 °
    Thu
    44 °

    ସମ୍ବନ୍ଧିତ