Sunday, October 4, 2026
28.6 C
Odisha

    ଜମ୍ମୁ-କଶ୍ମୀର ନିର୍ବାଚନ: ଆଉ ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି

    ଆଗକୁ ପଢନ୍ତୁ

    ଆଗାମୀ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପି ପକ୍ଷରୁ ଆଉ ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଏହାକୁ ମିଶାଇ ଦଳ ବିଧାନସଭା ନିର୍ବାଚନର ୯୦ଟି ଆସନ ମଧ୍ୟରୁ ୪୫ଟି ସ୍ଥାନରେ ପ୍ରାର୍ଥୀ ଦେଇଛି। ଗତକାଲି ବିଜେପି ୧୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା।

    ଆଜି ଜାରି ହୋଇଥିବା ପ୍ରାର୍ଥୀ ତାଲିକାରେ ଜମ୍ମୁ-କଶ୍ମୀରର ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ସିଂହ ରାଣାଙ୍କ ନାଁ ରହିଛି। ସେ ଏଥର ନଗ୍ରୋଟାରୁ ପ୍ରାର୍ଥୀ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସମ୍ପର୍କୀୟ ଭାଇ ହେଉଛନ୍ତି ଦେବେନ୍ଦ୍ର। ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ସତୀଶ ଶର୍ମା ବିଲ୍ଲାୱର ଆସନରୁ ନିର୍ବାଚନ ଲଢ଼ିବେ। ୨୦୧୪ର ବିଲ୍ଲାୱରରୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ନିର୍ମଳ ସିଂହ ବିଜୟୀ ହୋଇଥିଲେ। ହେଲେ ଏଥର ସତୀଶ ଶର୍ମା ଏଠାରୁ ପ୍ରାର୍ଥୀ ହୋଇଛନ୍ତି।

    ଅନ୍ୟପକ୍ଷରେ ବିଜେପି ପ୍ରଥମ ପର୍ଯ୍ୟାୟ ପାଇଁ ଘୋଷଣା କରିଥିବା ୧୬ ଜଣଙ୍କ ମଧ୍ୟରୁ ଆଜି ଜଣଙ୍କ ନାଁ ବଦଳାଇଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କୁ ଦଳ ପରିବର୍ତ୍ତନ କରିଛି। ଏଠାରେ ପୂର୍ବରୁ ରୋହିତ ଦୁବେଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ଏବେ ବଲଦେବ ରାଜ ଶାର୍ମ ଏଠାରୁ ଲଢ଼ିବେ। ବାକି କିଛି ଆସନରେ ପ୍ରାର୍ଥୀଙ୍କ ନାଁକୁ ନେଇ ବିଦ୍ରୋହ ଦେଖା ଯାଇଥିଲେ ହେଁ ବିଜେପି କୌଣସି ପରିବର୍ତ୍ତନ କରିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ଏଯାଏ ନୌଶେରା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହିଁ। ୨୦୧୪ରେ ଏଠାରେ ରବୀନ୍ଦ୍ର ରାଇନା ବିଜୟୀ ହୋଇଥିଲେ। ସେ ଏବେ ଜମ୍ମୁ-କଶ୍ମୀର ବିଜେପି ମୁଖ୍ୟ ଭାବେ କାମ କରୁଛନ୍ତି। ସେହିପରି ଗାନ୍ଧିନଗର ଆସନ ପାଇଁ ମଧ୍ୟ ଏଯାଏ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ।

    ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ମୋଟ ୯୦ଟି ଆସନରେ ଭୋଟିଂ ହେବ। ସେପ୍ଟେମ୍ବର ୧୮ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବାକୁ ଥିବା ବେଳେ, ୨୫ରେ ଦ୍ୱିତୀୟ ଓ ଅକ୍ଟୋବାର ୧ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ ଶେଷ ତାରିଖ ଅଗଷ୍ଟ ୨୭ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ