Thursday, April 9, 2026
25.5 C
Odisha

    ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ଭୟ ଘାରିଛି ନବୀନ ବାବୁଙ୍କୁ: ଉର୍ମିଳା ମହାପାତ୍ର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୦୪/୦୯: ବାସ୍ତବରେ ୨୪ବର୍ଷ ବିଜୁଜନତା ଦଳ ସରକାର ଥିଲାବେଳେ ମହିଳାମାନଙ୍କୁ ଆର୍ôଥକ ସଶକ୍ତିକରଣ ପାଇଁ କିଛି କରିନଥିଲା । ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ ହଠାତ୍ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି । କାରଣ ଆଜି ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି, ସେହି ସମୟରେ ନବୀନ ବାବୁଙ୍କର ଏକପ୍ରକାର ରାଜନୀତିକ ଉଦ୍ଦେଶ୍ୟ ରଖି ଟିପ୍ପଣୀ ଦେବା କେତେଦୂର ସମିଚୀନ? ବାସ୍ତବରେ ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ଭୟ ଘାରିଛି ନବୀନ ବାବୁଙ୍କୁ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀମତି ଉର୍ମିଳା ମହାପାତ୍ର କହିଛନ୍ତି ।
    ଶ୍ରୀମତି ମହାପାତ୍ର କହିଛନ୍ତି ଯେ, ନବୀନ ବାବୁ ଶାସନ ଗାଦିରେ ଥାଇ ଏଭଳି କଥା କହିଥିଲେ ଶୋଭା ପାଇଥାନ୍ତା ଏବଂ ଏହାକୁ ଓଡିସାବାସୀ ଆଦୃତ କରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜି ଯେତେବେଳେ ବିଜେପି ସରକାର ମହିଳାମାନଙ୍କୁ ସୁଭଦ୍ରା ଯୋଜନାରେ ୫୦ହଜାର ଟଙ୍କା ଦେବା ପାଇଁ ସ୍ଥିର କରିଛି ସେତେବେଳେ ନବୀନ ବାବୁ ଏତେ ଅସହିଷ୍ଣୁ କାହିଁକି ହୋଇପଡିଛନ୍ତି? ବିଜେଡି ଦଳ ନିର୍ବାଚନ ହାରିବା ପରେ ତାଙ୍କର ମୁଖିଆ ହତାଶ୍ ହୋଇପଡିଥିବା ମହିଳା କାର୍ଯ୍ୟକର୍ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଏଭଳି ବିବୃତି ଦେଇଛନ୍ତି । ସୁଭଦ୍ରା ଯୋଜନା ରାଜ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ବିଜେଡିର ଭୋଟ୍‌ବ୍ୟାଙ୍କ ଭାଙ୍ଗିଯିବାର ଭୟ ନବୀନ ବାବୁଙ୍କ ମନରେ ସୃଷ୍ଟି ହୋଇଛି । କେବଳ ମହିଳାମାନଙ୍କୁ ଭୋଟ୍‌ବ୍ୟାଙ୍କ୍ ଭାବରେ ବ୍ୟବହାର କରି ଠକିବା କଥା ନବୀନ ବାବୁ ଜାଣିଥିଲେ । ନବୀନ ବାବୁଙ୍କ ସରକାର ସମୟରେ ଓଡିଶାରେ ମହିଳା ବିରୋଧି ହିଂସାର ସୀମା ଲଂଘିଥିଲା । ମମିତା ମେହେର ହତ୍ୟାକାଣ୍ଡ, ସ୍ମୀତାରାଣୀ ହତ୍ୟାକାଣ୍ଡ, ଇତିଶ୍ରୀ, ବେବିନା ହତ୍ୟାକାଣ୍ଡ, ମାଧବୀଲତା, ପରୀ ହତ୍ୟାକାଣ୍ଡ କାହା ସମୟରେ ଘଟିଥିଲା? ଏଥିରେ ସମ୍ପୃକ୍ତ ଥିବା ରାଜନେତାମାନେ କାହିଁକି ଖସିଗଲେ ଏବଂ ମହିଳା ବ୍ୟଭିଚାର ମାନଙ୍କୁ କାହିଁକି ସୁରକ୍ଷା ଦେଇଥିଲେ? ଏସମସ୍ତ ପ୍ରଶ୍ନର ଉତର ନବୀନ ବାବୁ ଦେବା ଉଚିତ୍ । ଗୋଟିଏ ପରେ ଗୋଟିଏ ତଦନ୍ତ କମିଶନ ଗଠନ କରିଥିଲେ ମଧ୍ୟ ପୀଡିତା ମହିଳା ଏବଂ ତାଙ୍କ ପରିବାର ନ୍ୟାୟ ପାଇବାରୁ ବଂଚିତ ହୋଇଥିଲେ । ସୁଭଦ୍ରା ଯୋଜନା ଏକ ସୁନ୍ଦର ସୁଚିନ୍ତିତ ଯୋଜନା ଯାହା ମା’ ଭଉଣୀମାନଙ୍କ ମନରେ ଆନନ୍ଦ ଭରିଦେବ । ନବୀନ ବାବୁ ମିଛର ସାହାରା ନେଇ ଏହି ଯୋଜନାରେ ବାଧକ ନହୁଅନ୍ତୁ । ଏହି ଯୋଜନାରେ ବାଧକ ହେଲେ ଓଡିଶାର ମା’ମାନେ ବିଜୁ ଜନତାଦଳକୁ କେବେ କ୍ଷମା ଦେବେନାହିଁ ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି ।
    ବିଜେପି ସରକାର ମହିଳାମାନଙ୍କୁ ଆର୍ôଥକ ସ୍ତରରେ ସ୍ୱାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖିଛି । ଆଗାମୀ ଆର୍ôଥକ ବର୍ଷରେ “୨୬ଲକ୍ଷ ମହିଳାଙ୍କୁ ଲକ୍ଷ୍ୟପତି ଦିଦି”ର ସମ୍ମାନ ମିଳିବା ପାଇଁ ବ୍ୟବସ୍ଥା କରାଯାଉଛି । ତେଣୁ ମହିଳାମାନଙ୍କୁ ବିଜେପି ସରକାର ଆଗାମୀ ଦିନରେ ସାମାଜିକ ସୁରକ୍ଷା ସହିତ ଆର୍ôଥକ ସ୍ତରରେ ମଧ୍ୟ ସ୍ୱାବଲମ୍ବି କରିପାରିବ । ମହିଳାମାନଙ୍କୁ ପ୍ରଗତିର ମୁଖ୍ୟସ୍ରୋତରେ ସାମିଲ କରିବା, ଆଇନଗତ ବ୍ୟବସ୍ଥା ଓ ଦାବି ମାଧ୍ୟମରେ ମହିଳାଙ୍କ ସମ୍ମାନକୁ ସୁନିଶ୍ଚିତ କରାଇବା ସହିତ ଆର୍ôଥକ ଅଭିବୃଦ୍ଧିରେ ସହଯୋଗର ସୁଯୋଗ ସୃଷ୍ଟି କରିବା ହେଉଛି ବିଜେପିର ମୂଳ ଲକ୍ଷ୍ୟ ବୋଲି ଶ୍ରୀମତି ମହାପାତ୍ର କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    25.5 ° C
    25.5 °
    25.5 °
    65 %
    1.5kmh
    22 %
    Wed
    26 °
    Thu
    37 °
    Fri
    37 °
    Sat
    39 °
    Sun
    42 °

    ସମ୍ବନ୍ଧିତ