Sunday, October 4, 2026
28.6 C
Odisha

    କୋଲକାତା‌ରେ ବନ୍ଦ୍‌ ପାଳନ ବେଳେ ଆକ୍ରମଣର ଶିକାର ହେଲେ ବିଜେପି ନେତା

    ଆଗକୁ ପଢନ୍ତୁ

    କୋଲକାତା: କୋଲକାତାର ଆରଜି କର ମେଡିକାଲ୍‌ର ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି। ଗତକାଲି ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ବନ୍ଦ୍‌ ଡାକରା ଦିଆ ଯାଇଥଲା। ଏହି ବନ୍ଦ୍‌ ସମୟରେ ବିଜେପିର ବରିଷ୍ଠ ନେତା ଜୟନ୍ତ କୁମାର ରୟ ଆକ୍ରମଣର ଶିକାର ହୋଇଛନ୍ତି। ସିଲିଗୁଡ଼ିଠାରେ କିଛି ତ୍ରୁଣମୂଳ କଂଗ୍ରେସ (ଟିଏମ୍‌ସି)ର ଦଳୀୟ କର୍ମୀ ବିଜେପି ନେତାଙ୍କ ଉପ‌ରକୁ ଗୁଳି ଚାଳନା କରିଥିବା ଅଭିଯୋଗ‌ ହୋଇଛି। ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ତାଙ୍କ କାର୍‌କୁ ଟେକାପଥର ଫିଙ୍ଗି ଭାଙ୍ଗି ଦେଇଥିବା ବି ଅଭିଯୋଗ ହୋଇଛି।

    ଅନ୍ୟପକ୍ଷରେ କୋଲକାତାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ତାଙ୍କ ସରକାର ଆସନ୍ତା ସପ୍ତାହରେ ଏକ ବିଧାନସଭା ଅଧିବେଶନ ଡକାଇବେ ଓ ୧୦ ଦିନ ମଧ୍ୟରେ ବିଲ୍‌ ପାସ୍‌ କରି ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦେବାକୁ ନିଶ୍ଚିତ କରିବେ।

    ମମତା କହିଛନ୍ତି, ‘‘ଆମେ ଏହି ବିଲ୍‌ ରାଜ୍ୟପାଳଙ୍କ ନିକଟକୁ ପଠାଇବୁ। ଯଦି ସେ ତାହାକୁ ପାସ୍‌ ନକରନ୍ତି ତେବେ ଆମ‌େ ରାଜ୍‌ ଭବନ ସମ୍ମୁଖରେ ବସିବୁ। ଏହି ବିଲ୍‌ ଯେପରି ବି ହେଉ ପାସ୍‌ ହେବ। ସେ ଏଥର ତାଙ୍କର ଉତ୍ତରଦାୟିତ୍ବରୁ ମୁକ୍ତ ହୋଇପାରିବ ନାହିଁ।’’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ