Sunday, October 4, 2026
24.3 C
Odisha

    ହରିଆଣାରେ ଐତିହାସିକ ବିଜୟ ପରେ ରାହୁଲଙ୍କ ପାଇଁ ଜଲେବି ପଠାଇଲା ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ହରିଆଣାରେ ବିଜେପି ଐତିହାସିକ ବିଜୟ ହାସଲ କରିବା ପରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି ଦଳ। ବିଜେପିର ହରିଆଣା ୟୁନିଟି ଏକ ଭିନ୍ନ ତରିକାରେ ନିଜ ବିଜୟ ଉତ୍ସବ ମନାଇଛି। ପୂର୍ବରୁ ରାହୁଲ ଜଲେବିକୁ ନେଇ ଏକ ମନ୍ତବ୍ୟ ଦେଇଥିବା ହେତୁ ତାଙ୍କୁ ପ୍ରତି ଉତ୍ତର ସ୍ବରୁପ ଏହି ଜଲେବି ପଠାଇଛି ବିଜେପି। ଦଳ ପକ୍ଷରୁ ଏକ୍ସରେ ଏକ ପୋଷ୍ଟ୍‌ କରାଯାଇ ଲେଖାଯାଇଛି, ‘‘ଭାରତୀୟ ଜନତା ପାର୍ଟି (ହରିଆଣା) ର ସମସ୍ତ କର୍ମୀଙ୍କ ତରଫରୁ ରାହୁଲ ଗାନ୍ଧୀଙ୍କ ଘରକୁ ଜଲେବି ପଠାଯାଇଛି।’’ ଏକ୍ସ ପୋଷ୍ଟ୍‌ରେ ଏକ ସ୍କ୍ରିନ୍‌ସଟ୍‌ ବି ‌ଯୋଡ଼ା ଯାଇଛି। ଯେଉଁଥିରେ ଦିଲ୍ଲୀର ୨୪, ଆକ୍‌ବର୍‌ ରୋଡ୍‌ରେ ଥିବା କଂଗ୍ରେସ ମୁଖ୍ୟାଳୟର ଠିକଣା ପଡ଼ି ଜଲେବି ବରାଦ ଦିଆଯାଇଥିବା ଏକ ଫୁଡ୍‌ ଡେଲିଭରି ଆପ୍‌ରେ ଉଲ୍ଲେଖ କରାଯାଇଛି।

    ତେବେ ବିଜେପି ବିଜୟ ପରେ ରାହୁଲଙ୍କୁ ଜଲେବି ପଠାଇବା ପଛରେ ବି ଏକ କାରଣ ରହିଛି। ରାହୁଲ ଗାନ୍ଧୀ ଥରେ ଜଲେବିକୁ ନେଇ ଏକ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ।

    ସେ କହିଥିଲେ, ‘‘ଏହି ଅଞ୍ଚଳରେ ବିପୁଳ ପରିମାଣର ଜଲେବି ତିଆରି ହେବ ଓ ଦେଶ ସାରା ବିକ୍ରି କରାଯିବ। ଏହି ଜଲେବି ରପ୍ତାନି ରୋଜଗାର ଓ ରାଜସ୍ବକୁ ପ୍ରୋତ୍ସାହିତ କରିବ।’’

    ଏହାଛଡ଼ା ରାହୁଲ ଆହୁରି ବି କହିଥିଲେ ଯେ କେନ୍ଦ୍ରର ଜିଏସ୍‌ଟି, ସାମଗ୍ରୀ ଓ ସେବା କର ପ୍ରକ୍ରିୟା ହେତୁ ଜଲେବି ବିକାଳି ବହୁ କ୍ଷତି ସହିଛନ୍ତି। ଯାହାକି ଆଗାମୀ ଦିନରେ ଘଟିବ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ