Thursday, September 19, 2024
25.1 C
Odisha

    ବ୍ଲାକ୍ ଟି ପିଅନ୍ତୁ ମିଳିବ ଅନେକ ସ୍ୱାସ୍ଥ୍ୟଲାଭ

    ଆଗକୁ ପଢନ୍ତୁ

    ଯଦି ଆପଣ ମଧ୍ୟ ଜଣେ ଚା’ ପ୍ରେମୀ, ତେବେ ଆପଣ ବ୍ଲାକ୍ ଟି’ ପିଇବାର କିଛି ଆଶ୍ଚର୍ଯ୍ୟଜନକ ଉପକାର ବିଷୟରେ ମଧ୍ୟ ଜାଣିବା ଉଚିତ୍ । କିଛି ଲୋକ କ୍ଷୀର ଚା’ ବଦଳରେ ବ୍ଲାକ୍ ଟି ପିଇବାକୁ ପସନ୍ଦ କରନ୍ତି । ବାସ୍ତବରେ, କ୍ଷୀର ଚା’ ଅପେକ୍ଷା ବ୍ଲାକ୍ ଟି ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ପ୍ରମାଣିତ ହୋଇପାରେ । ତେବେ ନିଜ ଡାଏଟରେ ବ୍ଲାକ୍ ଟି କାହିଁକି ଅନ୍ତର୍ଭୁକ୍ତ କରିବା ଉଚିତ ତାହା ବିଷୟରେ ଆସନ୍ତୁ ଜାଣିବା ।

    ଅନ୍ତଃସ୍ଥଳୀରେ ଉନ୍ନତି ଆଣିବ- ବ୍ଲାକ୍ ଟି ଅନ୍ତଃସ୍ଥଳୀର ସ୍ୱାସ୍ଥ୍ୟକୁ ଦୃଢ଼ ବଜାୟ ରଖିବାରେ ବହୁତ ସହାୟକ ହୋଇପାରେ । ବ୍ଲାକ୍ ଟିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇପାରେ । ଏହା ବ୍ୟତୀତ ବ୍ଲାକ୍ ଟି ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

    ଶ୍ୱାସ ରୋଗୀଙ୍କ ପାଇଁ ଲାଭଦାୟକ- ଶ୍ୱାସ ରୋଗୀଙ୍କୁ ମଧ୍ୟ ବ୍ଲାକ୍ ଟି ପିଇବାକୁ ପରାମର୍ଶ ଦିଆଯାଏ । ବ୍ଲାକ୍ ଟି ୱିଣ୍ଡପାଇପ୍ ଖୋଲିବାରେ ପ୍ରଭାବଶାଳୀ ହୋଇପାରେ ।

    କିଡନୀ ଷ୍ଟୋନକୁ ରୋକନ୍ତୁ- ଯଦି ଆପଣ କିଡନୀ ଷ୍ଟୋନ ଗଠନକୁ ରୋକିବାକୁ ଚାହାଁନ୍ତି, ତେବେ ଆପଣ ପ୍ରତିଦିନ ବ୍ଲାକ୍ ଟି ପିଇବା ଆରମ୍ଭ କରିବା ଉଚିତ୍ ।

    ହାର୍ଟ ଆଟାକର ଆଶଙ୍କା ହ୍ରାସ କରନ୍ତୁ– ଯଦି ଆପଣ ନିୟମିତ ଭାବେ ବ୍ଲାକ୍ ଟି ପିଅନ୍ତି, ତେବେ ଆପଣ ଗମ୍ଭୀର ଏବଂ ସାଂଘାତିକ ହୃଦୟ ସମ୍ବନ୍ଧୀୟ ରୋଗର ଆଶଙ୍କାକୁ ବହୁ ପରିମାଣରେ ହ୍ରାସ କରିପାରିବେ ।

    ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ- ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ହେତୁ ଆପଣ ବାରମ୍ବାର ଅସୁସ୍ଥ ହେଉଛନ୍ତି କି? ଯଦି ହଁ, ତେବେ ଆପଣ ବ୍ଲାକ୍ ଟି ସାହାଯ୍ୟରେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୃଢ କରିପାରିବେ ।

    କ୍ୟାନ୍ସରର ଆଶଙ୍କା ହ୍ରାସ ପାଇପାରେ- ବ୍ଲାକ୍ ଟି ପିଇବା ଦ୍ୱାରା ବ୍ରେଷ୍ଟ କ୍ୟାନ୍ସର ହେବାର ଆଶଙ୍କା ବହୁତ ପରିମାଣରେ କମ ହୋଇପାରେ ।

    ସ୍କିନ ପାଇଁ ମଧ୍ୟ ଲାଭଦାୟକ– ବ୍ଲାକ୍ ଟି କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ ପ୍ରମାଣିତ ହୋଇପାରେ । ବ୍ଲାକ୍ ଟିରେ ମିଳୁଥିବା ଆଣ୍ଟି-ଅକ୍ସିଡାଣ୍ଟ ଆପଣଙ୍କ ସ୍କିନର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.1 ° C
    25.1 °
    25.1 °
    88 %
    0.8kmh
    100 %
    Thu
    29 °
    Fri
    31 °
    Sat
    31 °
    Sun
    31 °
    Mon
    31 °

    ସମ୍ବନ୍ଧିତ