Sunday, October 4, 2026
24.3 C
Odisha

    ଇରାନ କୋଇଲା ଖଣିରେ ବିସ୍ଫୋରଣ, ୩୦ ମୃତ

    ଆଗକୁ ପଢନ୍ତୁ

    ତେହେରାନ : ଇରାନରେ ଏକ ବଡ ଘଟଣା ଘଟିଛି । କୋଇଲା ଖଣି ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ବଢୁଥିବା ମୃତ୍ୟୁ ସଂଖ୍ୟାକୁ ନେଇ ସାରା ଇରାନରେ ଉଦବେଗ ପ୍ରକାଶ ପାଇଛି । ଖଣିରେ ମିଥେନ୍ ଗ୍ୟାସ୍ ଲିକ୍ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।

    ସୂଚନା ଅନୁଯାୟୀ, ପୂର୍ବ ଇରାନର ଏକ କୋଇଲା ଖଣିରେ ମିଥେନ୍ ଗ୍ୟାସ୍ ଲିକ୍ ଯୋଗୁଁ ହୋଇଥିବା ବିସ୍ଫୋରଣରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଛନ୍ତି। ରାଜଧାନୀ ତେହେରାନଠାରୁ ପ୍ରାୟ ୩୩୫ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ତବାସରେ ଶନିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଘଟଣାସ୍ଥଳକୁ ଜରୁରୀକାଳୀନ କର୍ମଚାରୀଙ୍କୁ ପଠାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ସମୟରେ ଖଣିରେ ପ୍ରାୟ ୭୦ ଜଣ କାମ କରୁଥିଲେ। ଏବେ ବି କିଛି ଲୋକ ଖଣି ଭିତରେ ଫସି ରହିଛନ୍ତି।

    କୋଇଲା ଖଣିରେ ଏବେ ବି ଅନେକ ଲୋକ ଫସି ରହିଛନ୍ତି। ସରକାରୀ ଗଣମାଧ୍ୟମ ଅନୁଯାୟୀ, ୨୮ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨୪ ଜଣ ଏବେ ବି ଭିତରେ ଫସି ରହିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

    ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କୋଇଲା ଖଣିରେ ଏବେ ବି ଅନେକ ଲୋକ ଫସି ରହିଛନ୍ତି। ସରକାରୀ ଗଣମାଧ୍ୟମ ଅନୁଯାୟୀ, ୨୮ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ୨୪ ଜଣ ଏବେ ବି ଭିତରେ ଫସି ରହିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଗ୍ୟାସ୍ ଲିକ୍ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଛି। ଅନ୍ୟପକ୍ଷରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ମୃତକ ଓ ଆହତଙ୍କ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ସେ ଦୁଃଖ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ