Tuesday, October 6, 2026
23.4 C
Odisha

    ରାଜସ୍ଥାନର ୧୦୦ଟି ହସ୍ପିଟାଲକୁ ବୋମା ଦ୍ବାରା ଉଡ଼ାଇବାକୁ ଧମକ

    ଆଗକୁ ପଢନ୍ତୁ

    ଜୟପୁର: ରାଜସ୍ଥାନର ୧୦୦ଟି ହସ୍ପିଟାଲକୁ ବୋମା ମାଡ଼ ଧମକ ଦିଆଯାଇଛି। ଏଥିରେ ରାଜଧାନୀ ଜୟପୁରର ଦୁଇଟି ହସ୍ପିଟାଲ ମଧ୍ୟ ରହିଛି। ଏହି ଦୁଇଟି ହେଉଛି ମୋନିଲାକ୍ ଏବଂ ସିକେ ବିର୍ଲା ହସ୍ପିଟାଲ। ପୁଲିସର ସୂଚନା ଅନୁସାରେ ୧୦୦ଟି ହସ୍ପିଟାଲରେ ବୋମା ମାଡ଼ କରିବାକୁ ଧମକ ଥିବା ଏକ ଇ-ମେଲ ଆସିଛି। ପଠାଯାଇଥିବା ମେଲରେ ଲେଖା ଯାଇଛି, ହସ୍ପିଟାଲରେ ସମସ୍ତେ ମରିଯିବେ। ଧମକପୂର୍ଣ୍ଣ ମେଲ୍ ପାଇବା ପରେ ରାଜସ୍ଥାନ ଏଟିଏସ୍ ଏବଂ ବମ୍ ସ୍କ୍ୱାଡ୍ ର ଟିମ୍ ମୋନିଲାକ୍ ଏବଂ ସିକେ ବିର୍ଲା ହସ୍ପିଟାଲରେ ପହଞ୍ଚିଥିଲେ। ଉଭୟ ଟିମ୍ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଦେହଜନକ ଜିନିଷ ମିଳିନଥିଲା। ଜୟପୁର ଅତିରିକ୍ତ କମିଶନର କୁଅଁର ରସ୍ତ୍ରଦୀପ କହିଛନ୍ତି ଯେ ଆଇପି ଠିକଣା ମେଳ ଖାଉଥିବା ବ୍ୟକ୍ତିଙ୍କୁ ଠାବ କରାଯାଉଛି।

    ପ୍ରଥମେ ଜୟପୁରର ମୋନିଲାକ୍ ଏବଂ ସିକେ ବିର୍ଲା ହସ୍ପିଟାଲରେ ପୁଲିସ ଟିମ୍ ବୋମା ଖୋଜିଥିଲା । ଡାକ୍ତରଖାନାର ଅଫିସିଆଲ ମେଲରେ ବୋମା ଧମକ ମେଲ୍ ଆସିଥିଲା ଟିମ୍ ପ୍ରଥମେ ହସ୍ପିଟାଲର କୋଣ ଅନୁକୋଣରେ ଯାଞ୍ଚ ଆରମ୍ଭ କରିଥିଲେ ମଧ୍ୟ ଦୀର୍ଘ ସମୟ ଧରି ଯାଞ୍ଚ କରିବା ପରେ ମଧ୍ୟ କିଛି ସନ୍ଦେହଜନକ ଜିନିଷ ମିଳିନଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.4 ° C
    23.4 °
    23.4 °
    76 %
    1.6kmh
    0 %
    Mon
    23 °
    Tue
    31 °
    Wed
    31 °
    Thu
    30 °
    Fri
    30 °

    ସମ୍ବନ୍ଧିତ