Sunday, October 4, 2026
24.3 C
Odisha

    ଭୁବନେଶ୍ବର ବିମାନବନ୍ଦରରେ ବୋମା ଆତଙ୍କ, ଯାତ୍ରୀ ଭୟଭୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ଝାରସୁଗୁଡ଼ା: ବିଗତ କିଛି ଦିନ ହେଲା ଭାରତୀୟ ବିମାନଗୁଡ଼ିକୁ ବୋମା ଧମକ ନେଇ ଗୁଜବ ପ୍ରଚାର ହେଉଛି। ଏହି କ୍ରମରେ ଆଜି ଓଡ଼ିଶାରେ ମଧ୍ୟ ବିମାନରେ ବୋମା ଥିବା ନେଇ ଗୁଜବ ପ୍ରଚାର ହୋଇଛି। ଗୁଜବ ପ୍ରଚାର ହେବା ପରେ ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ ଦେଖାଯାଇଛି। ବିମାନ ବନ୍ଦରରେ ବୋମା ଥିବା ନେଇ ଧମକପୂର୍ଣ୍ଣ କଲ୍‌ ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଲର୍ଟ କରାଯାଇଛି। ବିମାନବନ୍ଦରରେ କଡ଼ାକଡ଼ି ଯାଞ୍ଚ କରାଯାଉଛି।
    ବାଙ୍ଗାଲୁରୁ ବିମାନ(୬ଏ-୧୨୮)ରେ ବୋମା ଆଶଙ୍କାରେ ବିମାନରେ ଖାନତଲାସ କରାଯାଇଛି। ଦିନ ସାଢେ଼ ୩ଟା ସୁଦ୍ଧା ବିମାନ ଉଡାଣ ନେଇନାହିଁ। ବିମାନ ବନ୍ଦର କର୍ତ୍ତୃପକ୍ଷ ସ୍ପଷ୍ଟ କରିନଥିଲେ ହେଁ ଜରୁରୀ କାରଣ ଯୋଗୁଁ ବିମାନ ଉଡାଣ ବିଳମ୍ବିତ ହୋଇଥିବା ନେଇ ସୁରକ୍ଷା ଦାୟିତ୍ଵରେ ଥିବା ଅଧିକାରୀ କହିଛନ୍ତି। ଆଜି ଦିନ ୧୨ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିବା ବେଳେ ୧ଟା ୧୦ ମିନିଟରେ ଛାଡିବାର୍ ଥିଲା। କିନ୍ତୁ ବୋମା ସୂଚନା ମିଳିବା ପରେ ବିମାନକୁ ଅଟକାଇ ତନ୍ନତନ୍ନ କରି ଯାଞ୍ଚ କରାଯାଇଥିବା ବେଳେ ସମସ୍ତ ଯାତ୍ରୀଙ୍କୁ ମଧ୍ୟ ଆଉଥରେ ଯାଞ୍ଚ କରାଯାଇଥିଲା। ତେବେ ବିମାନରୁ ସେଭଳି କୌଣସି ବୋମା ମିଳି ନଥିବା ନେଇ ଜନୈକ ସୁରକ୍ଷା କର୍ମୀ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ