Monday, October 5, 2026
29.8 C
Odisha

    ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ

    ଆଗକୁ ପଢନ୍ତୁ

    ବୌଦ୍ଧ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ୧୦ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି | ମିଳିଥିବା ସୂଚନା ମୁତାବକ ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି | ଭିଜିଲାନ୍ସ ପକ୍ଷରୁ ବୌଦ୍ଧ ସମେତ ଭୁବନେଶ୍ୱର ଓ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି | ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ଯେ ଭୁବନେଶ୍ୱର ପାହାଳରେ ଥିବା ଆପାର୍ଟମେଣ୍ଟ, ଭୁବନେଶ୍ୱର ଗୌତମ ନଗରରେ ଥିବା କମର୍ସିୟାଲ କମ୍ପ୍ଲେକ୍ସ, କଳାରାହାଙ୍ଗରେ ଥିବା ଫ୍ଲାଟ, ଶୈଳଶ୍ରୀ ବିହାରରେ ଥିବା ଫ୍ଲାଟ, କଳ୍ପନା ଛକରେ ଥିବା ଫ୍ଲାଟ, ରଙ୍ଗାମାଟିଆରେ ଥିବା ଫ୍ଲାଟ, ବୌଦ୍ଧ ରାଜନପାଲିରେ ଥିବା ଘର, ଗଂଜାମ ଭଞ୍ଜନଗରରେ ଥିବା ପୈତୃକ ବାସଭବନ, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି |

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.8 ° C
    29.8 °
    29.8 °
    52 %
    1.6kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ