Saturday, March 28, 2026
37.7 C
Odisha

    ଭିଣୋଇର ଟାଙ୍ଗିଆ ଚୋଟରେ ଶଳା ଗୁରୁତର

    ଆଗକୁ ପଢନ୍ତୁ

    ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଲଗାଁରେ ଘର ଅଗଣାରେ ଶୋଇଥିବା ସମୟରେ ଭିଣେଇଙ୍କ ଟାଙ୍ଗିଆ ଚୋଟରେ ଶଳା ଗୁରୁତର ହୋଇଛନ୍ତି। ଗୁରତର ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ବେଲଗାଁ ଗ୍ରାମର ସୁରେନ କୁମ୍ଭାର (୨୫) ଆଜି ଅପରାହ୍ନରେ ନିଜ ଘର ବାରଣ୍ଡାରେ ଶୋଇ ଥିବା ବେଳେ ସ୍ତ୍ରୀ ଶିଳାବତୀ କୁମ୍ଭାର ସ୍ୱାମୀ ନିକଟରେ ବସିଥିଲେ। ତେବେ ଆଜି ଦିନ ଏକ ଘଣ୍ଟା ସମୟରେ ପାପଡାହାଣ୍ଡି ବ୍ଲକ କଡିଙ୍ଗଗୁଡା ଗ୍ରାମର ସୁରେନଙ୍କ ବଡ଼ ଭିଣେଇ ମୁରଲୀ କୁମ୍ଭାର(୪୦) ହଠାତ ଆସି ଟାଙ୍ଗିଆରେ ବେକକୁ ହାଣି ଦେଇଥିଲା ଏବଂ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା। ଅଭିଯୁକ୍ତ ମୁରଲୀ ଓ ଟାଙ୍ଗିଆକୁ ଗ୍ରାମବାସୀ କାବୁ କରି ପୁଲିସକୁ ଜିମା ଦେଇଥିଲେ।

    ଶେଷରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

    ଏଠାରେ ପ୍ରକାଶ ଯେ ଆଜିକୁ ପାଞ୍ଚ ବର୍ଷ ହେବ ବେଲଗାଁ ଗ୍ରାମରେ ସୁରେନଙ୍କ ବଡ଼ ଭିଣେଇଙ୍କ ପରିବାର ବେଲଗାଁ ଗ୍ରାମରେ ରହୁଛନ୍ତି। ତେବେ କଣ ପାଇଁ ବଡ଼ ଭିନେଇ ହତ୍ୟା ଉଦ୍ୟମ କରିଥିଲେ ଜଣାପଡିନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    17 %
    4.7kmh
    1 %
    Sat
    38 °
    Sun
    40 °
    Mon
    41 °
    Tue
    39 °
    Wed
    40 °

    ସମ୍ବନ୍ଧିତ