Saturday, July 27, 2024
24.8 C
Odisha

    ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ହୋଇପାରେ ପ୍ରବଳ ବର୍ଷା: ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ଆଗାମୀ ୨୫ ତାରିଖରୁ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। ବୁଧବାର ସକାଳୁ ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଉତ୍ତର-ପୂର୍ବ ଦିଗକୁ ଗତି କରିବ ଏବଂ ୨୪ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି। ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିବା ସହ ଆହୁରି ତୀବ୍ର ହେବ ଏବଂ ୨୫ ତାରିଖ ସନ୍ଧ୍ୟା ବେଳକୁ ଉତ୍ତର-ପୂର୍ବ ଏବଂ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଂଚିବାର ସମ୍ଭାବନା ରହିଛି। ସେଥିପାଇଁ ମତ୍ସ୍ୟଜୀବୀମାନଙ୍କୁ କାଲିଠୁ ୨୬ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଯାହାର ପ୍ରଭାବରେ ଆଗାମୀ ତିନିଦିନ ଯାଏ କାଳବୈଶାଶୀ ପ୍ରଭାବ ରହିବ । କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ