Monday, October 12, 2026
30 C
Odisha

    ଶିକାର ବେଳେ ଅଘଟଣ: ଭିଣୋଇର ବନ୍ଧୁକ ଗୁଳିରେ ଚାଲିଗଲା ଶାଳକର ଜୀବନ

    ଆଗକୁ ପଢନ୍ତୁ

    ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଶିକାର ବେଳେ ଅଘଟଣ ଘଟିଛି। ଭିଣୋଇର ବନ୍ଧୁକ ଗୁଳିରେ ଚାଲିଯାଇଛି ଶାଳକର ଜୀବନ। ସୂଚନା ଅନୁଯାୟୀ, ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ରଜ ପାଇଁ ଜଙ୍ଗଲକୁ ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର ହୋଇଥାନ୍ତା। ହେଲେ ଶିକାରକୁ ଯାଇ ଭିଣୋଇ ଉଦୟ ନାୟକଙ୍କ ବନ୍ଧୁକ ଗୁଳିରେ ଶଳା କୈଳାସ ନାୟକଙ୍କ ମୃତ୍ୟୁ ଘଟିଛି।

    ଏହି ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଉଦୟଙ୍କ ମର ଶରୀର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶଳା କୈଳାସକୁ ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଦେଶୀ ବନ୍ଧୁକକୁ ଜବତ କରିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30 ° C
    30 °
    30 °
    51 %
    2.8kmh
    9 %
    Mon
    30 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ