Thursday, September 4, 2025
29.3 C
Odisha

    BSFରେ ୧୧୨୧ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ    :    ସୀମା ସୁରକ୍ଷା ବଳ ତଥା ବିଏସଏଏଫରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଆସିଯାଇଛି ବଡ଼ ସୁଯୋଗ । ବିଏସଏଫ୍ ହେଡ୍ କନଷ୍ଟେବଲ ପୋଷ୍ଟ ପାଇଁ ୧୧୨୧ ପଦବୀ ପୂରଣ ପାଇଁ ବାହାରିଛି ବିଜ୍ଞପ୍ତି । ୨ ପ୍ରକାର ପଦ ପାଇଁ ନିଯୁକ୍ତ କରାଯିବ । ଗୋଟିଏ ହେଲା ହେଡ୍ କନଷ୍ଟେବଲ ରେଡିଓ ଅପରେଟର ଏବଂ ଦ୍ୱିତୀୟଟି ହେଲା ହେଡ କନଷ୍ଟେବଲ ରେଡିଓ ମେକାନିକ୍ ।

    ପଦବୀ ପାଇଁ ଦରମା ୨୫୫୦୦ରୁ ୮୧୧୦୦ ଟଙ୍କା ରହିବ । ରେଡିଓ ଅପରେଟର ପଦ ପାଇଁ ୯୧୦ ପୋଷ୍ଟ ଖାଲିଥିବାବେଳେ ରେଡିଓ ମେକାନିକ ପାଇଁ ୨୧୧ ପୋଷ୍ଟ ଖାଲି ପଡ଼ିଛି ।
    ଯୋଗ୍ୟତା
    -ରେଡିଓ ଅପରେଟର ପଦ ପାଇଁ ଦଶମ କିମ୍ବର ବିଜ୍ଞାନ ବିଭାଗରେ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଗଣିତରେ ୬୦% ମାର୍କ ରହିବା ଆବଶ୍ୟକ । ଏହାଛଡ଼ା ରେଡିଓ, ଟେଲିଭିଜନ୍ ଅବା ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂରେ ଆଇଟିଆଇ କରିବା ଆବଶ୍ୟକ ।

    – ରେଡିଓ ମେକାନିକ ପଦ ପାଇଁ ପ୍ରାର୍ଥୀ ଦଶମ କିମ୍ବା ବିଜ୍ଞାନ ବିଭାଗରେ ଦ୍ୱାଦଶ ପାସ୍ କରିବା ଆବଶ୍ୟକ । ଫିଜିକ୍ସ, କେମେଷ୍ଟ୍ରି ଏବଂ ମ୍ୟାଥରେ ୬୦% ମାର୍କ ରଖିବା ଜରୁରୀ । ଜେନେରାଲ ଇଲେକ୍ଟ୍ରୋନିକ୍ସରେ ଆଟିଆଇ ସାର୍ଟିଫିକେଟ ଥିବା ଜରୁରୀ ।

    ବୟସ
    ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ଥିବାବେଳେ ଓବିସିଙ୍କ ପାଇଁ ୧୮ରୁ ୨୮ ଏବଂ ଏସସି-ଏସଟି ବର୍ଗର ଲୋକଙ୍କ ପାଇଁ ୧୮ରୁ ୩୦ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଛି ।
    ଆବେଦନ ମୂଲ୍ୟ
    ବିଏସଏଫ୍ ହେଡ କନଷ୍ଟେବଲ ପୋଷ୍ଟ ପାଇଁ ସଂରକ୍ଷିତ, ଓବିସି ଏବଂ ଆର୍ଥିକ ଭାବେ ପଛୁଆ ବର୍ଗଙ୍କୁ ୧୦୦ ଟଙ୍କା ଆବେଦନ ଫିସ୍ ବାବଦକୁ ଦେବାକୁ ଥିବାବେଳେ ଏସସି, ଏସଟି ଏବଂ ମହିଳାଙ୍କ ପାଇଁ ଆବେଦନ ମୂଲ୍ୟ ଛାଡ଼ କରାଯାଇଛି । ପେମେଣ୍ଟ କେବଳ ଅନଲାଇନରେ କରାଯିବ ।
    ପଦ ପାଇଁ ଆବେଦନ ତାରିଖ ୨୮/୮/୨୫ ଥିବାବେଳେ ବହୁମାତ୍ରାରେ ଆବେଦନ କରିଛନ୍ତି ପ୍ରାର୍ଥୀ । କିନ୍ତୁ ଆପ୍ଲାଏର ଶେଷ ତାରିଖ ୨୩/୯/୨୫ ତାରିଖ ଧାର୍ଯ୍ୟ କରାଯାଇଛି । ସେହିପରି ରେଡିଓ ମେକାନିକ ପଦ ପାଇଁ ପ୍ରାର୍ଥୀ ଦଶମ କିମ୍ବା ବିଜ୍ଞାନ ବିଭାଗରେ ଦ୍ୱାଦଶ ପାସ୍ କରିବା ଆବଶ୍ୟକ । ଫିଜିକ୍ସ, କେମେଷ୍ଟ୍ରି ଏବଂ ମ୍ୟାଥରେ ୬୦% ମାର୍କ ରଖିବା ଜରୁରୀ । ଜେନେରାଲ ଇଲେକ୍ଟ୍ରୋନିକ୍ସରେ ଆଟିଆଇ ସାର୍ଟିଫିକେଟ ଥିବା ଜରୁରୀ ।
    ବୟସ
    ସଂରକ୍ଷିତ ବର୍ଗଙ୍କ ପାଇଁ ବୟସ ସୀମା ୧୮ରୁ ୨୫ ବର୍ଷ ଥିବାବେଳେ ଓବିସିଙ୍କ ପାଇଁ ୧୮ରୁ ୨୮ ଏବଂ ଏସସି-ଏସଟି ବର୍ଗର ଲୋକଙ୍କ ପାଇଁ ୧୮ରୁ ୩୦ ବର୍ଷ ବୟସ ସୀମା ଧାର୍ଯ୍ୟ କରାଯାଇଛି ।
    ଆବେଦନ ମୂଲ୍ୟ
    ବିଏସଏଫ୍ ହେଡ କନଷ୍ଟେବଲ ପୋଷ୍ଟ ପାଇଁ ସଂରକ୍ଷିତ, ଓବିସି ଏବଂ ଆର୍ଥିକ ଭାବେ ପଛୁଆ ବର୍ଗଙ୍କୁ ୧୦୦ ଟଙ୍କା ଆବେଦନ ଫିସ୍ ବାବଦକୁ ଦେବାକୁ ଥିବାବେଳେ ଏସସି, ଏସଟି ଏବଂ ମହିଳାଙ୍କ ପାଇଁ ଆବେଦନ ମୂଲ୍ୟ ଛାଡ଼ କରାଯାଇଛି । ପେମେଣ୍ଟ କେବଳ ଅନଲାଇନରେ କରାଯିବ ।
    ପଦ ପାଇଁ ଆବେଦନ ତାରିଖ ୨୮/୮/୨୫ ଥିବାବେଳେ ବହୁମାତ୍ରାରେ ଆବେଦନ କରିଛନ୍ତି ପ୍ରାର୍ଥୀ । କିନ୍ତୁ ଆପ୍ଲାଏର ଶେଷ ତାରିଖ ୨୩/୯/୨୫ ତାରିଖ ଧାର୍ଯ୍ୟ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.3 ° C
    29.3 °
    29.3 °
    77 %
    1.3kmh
    100 %
    Thu
    29 °
    Fri
    29 °
    Sat
    27 °
    Sun
    30 °
    Mon
    30 °

    ସମ୍ବନ୍ଧିତ