Monday, November 16, 2026
17.6 C
Odisha

    ଓଡ଼ିଶାରୁ ଜମ୍ମୁ ଓ କଶ୍ମୀର ଯିବେ BSF ଯବାନ

    ଆଗକୁ ପଢନ୍ତୁ

    ଓଡ଼ିଶାରୁ ଜମ୍ମୁ ଓ କଶ୍ମୀର ଯିବେ BSF ଯବାନ। କୋରାପୁଟ ଓ ମାଲକାନଗିରିରେ ନିୟୋଜିତ ଥିବା ୨ ହଜାର ବିଏସ୍‌ଏଫ୍‌ ଯବାନ ସେଠାକୁ ଯିବେ। ଭାରତ-ପାକିସ୍ତାନ ସୀମାରେ ସେମାନଙ୍କୁ ନିୟୋଜିତ କରାଯିବ।  ଗଲା କିଛି ଦିନ ଧରି ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ଗତିବିଧି ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ଆଣ୍ଟି ନକ୍ସଲ ଅପରେସନ୍ ରେ ନିୟୋଜିତ ଥିବା ଏହି ବିଏସ୍‌ଏଫ ଯବାନଙ୍କୁ ତୁରନ୍ତ ସେଠାକୁ ପଠାଯିବ ବୋଲି ଜଣାପଡ଼ିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଗତ ସପ୍ତାହେ ଧରି ରାଜୌରୀ, କୁପୱାଡା, ଡୋଡା ଭଳି ଅଞ୍ଚଳରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏପରିକି ଦୁଇ ସପ୍ତାହ ତଳେ ଜଣେ କ୍ୟାପଟେନଙ୍କ ସମେତ ୩ ଜଣ ଯବାନ ସହିଦ ହୋଇଥିଲେ। ଦୁଇ ଦିନ ତଳେ ରଜୌରୀରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଗତକାଲି କୁପୱାଡାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    17.6 ° C
    17.6 °
    17.6 °
    81 %
    1.2kmh
    86 %
    Mon
    27 °
    Tue
    26 °
    Wed
    25 °
    Thu
    21 °
    Fri
    19 °

    ସମ୍ବନ୍ଧିତ