Sunday, April 12, 2026
39 C
Odisha

    BSNL ୟୁଜର୍ସଙ୍କ ପାଇଁ ଖୁସି ଖବର, ୧ ଟଙ୍କାରେ ମିଳିବ ବଢ଼ିଆ ସୁବିଧା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ   :   BSNL ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । ଲଞ୍ଚ ହେଲା ଏକ ଜବରଦସ୍ତ ରିଚାର୍ଜ ପ୍ଲାନ୍ । ଯେଉଁଥିରେ ମିଳିବ ଢ଼େରସାରା ବେନିଫିଟ୍ସ । ତେବେ ଆସନ୍ତୁ ଜାଣିବା ଏହି ରିଚାର୍ଜ ପ୍ଲାନ୍ ବିଷୟରେ ।

     

    BSNL ତାର ଫ୍ରିଡମ୍ ପ୍ଲାନ୍ ପୁଣି ଲଞ୍ଚ କରିଛି । ଭାରତ ସଂଚାର ନିଗମ ଲିମିଟେଡର ଆଣିଛି ୧ ଟଙ୍କିଆ ରିଚାର୍ଜ ପ୍ଲାନ୍ । ଏହି ୧ ଟଙ୍କା ରିଚାର୍ଜ ପ୍ଲାନ୍ ୟୁଜର୍ସଙ୍କୁ ଅନଲିମିଟେଡ୍ କଲିଂ ଏବଂ ଡାଟା ସମେତ ଅନେକ ସୁବିଧା ପ୍ରଦାନ କରେ । BSNL ଗତ ବର୍ଷ ଅଗଷ୍ଟରେ ଏହି ପ୍ଲାନ୍ ଲଞ୍ଚ କରିଥିଲା । ପରେ ଏହାକୁ ଦୀପାବଳି ପର୍ଯ୍ୟନ୍ତ ଏକ୍ସପାଣ୍ଡ କରାଯାଇଥିଲା । ଭାରତ ସଂଚାର ନିଗମ ଲିମିଟେଡର ଫ୍ରିଡମ୍ ଅଫର୍ ମଧ୍ୟ ଏହି ବର୍ଷ ଆରମ୍ଭରେ ପୁନଃ ଲଞ୍ଚ କରାଯାଇଥିଲା । ଏହାପରେ ପ୍ଲାନ୍ ଏବଂ ଅଫରକୁ ବନ୍ଦ କରିଦିଆଯାଇଥିଲା ।

    ୧ ଟଙ୍କିଆ ପ୍ଲାନ୍:

    ଭାରତ ସଞ୍ଚାର ନିଗମ ଲିମିଟେଡ୍ ପୁଣି ଥରେ ଏହି ଅଫର ଘୋଷଣା କରିଛି । BSNL ଏହାର ଅଫିସିଆଲ୍ X ହ୍ୟାଣ୍ଡେଲ ମାଧ୍ୟମରେ ଏହି ୧ ଟଙ୍କା ପ୍ଲାନକୁ ଫେରାଇ ଆଣିବାର ଘୋଷଣା କରିଛି । ଏହି ପ୍ଲାନର ଲାଭ ବିଷୟରେ କହିବାକୁ ଗଲେ, ୟୁଜର୍ସମାନଙ୍କୁ ମାତ୍ର ୧ ଟଙ୍କାରେ ୩୦ ଦିନର ଭାଲିଡିଟି ମିଳିଥାଏ । ଏହା ସହିତ, ୟୁଜର୍ସମାନଙ୍କୁ ସାରା ଭାରତରେ ଅନଲିମିଟେଡ୍ କଲିଂ ଏବଂ ଫ୍ରି ନ୍ୟାସାନାଲ୍ ରୋମିଂର ସୁବିଧା ମଧ୍ୟ ମିଳିଥାଏ ।

    BSNL ର ଏକ ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ, ଏହି ୧ ଟଙ୍କା ପ୍ଲାନରେ ଦୈନିକ ୨GB ଡାଟା ସୁବିଧା ଏବଂ ୧୦୦ ଟି ଫ୍ରି SMS ମିଳିବ। ଭାରତ ସଂଚାର ନିଗମ ଲିମିଟେଡର ଏହି ପ୍ରିପେଡ୍ ପ୍ଲାନଟି ବିଶେଷ ଭାବରେ ନୂଆ ୟୁଜସଁଙ୍କ ପାଇଁ । ୟୁଜର୍ସମାନେ କେବଳ ଏହି ପ୍ଲାନର ଲାଭ ପାଇବେ ଯଦି ସେମାନେ ଅନ୍ୟ ଅପରେଟରରୁ BSNL କୁ ସେମାନଙ୍କର ନମ୍ବର MNP କରନ୍ତି ।

    ଭାରତ ସଞ୍ଚାର ନିଗମ ଲିମିଟେଡ୍ (BSNL) ଏହାର ୟୁଜର୍ସଙ୍କ ସୁବିଧା ପାଇଁ ସବୁ ସମୟରେ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଚଳନ କରୁଛି । ଏହା ବ୍ୟତୀତ, କମ୍ପାନୀ ଏହାର ମୋବାଇଲ୍ ନେଟୱାର୍କ କଭରେଜକୁ ମଧ୍ୟ ଉନ୍ନତ କରୁଛି । ନିକଟରେ, BSNL ପ୍ରାୟ ୧ ଲକ୍ଷ ନୂଆ 4G/5G ମୋବାଇଲ୍ ଟାୱାର ସ୍ଥାପନ କରିଛି । ଏହି ଟାୱାରଗୁଡ଼ିକ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଉପରେ ଆଧାରିତ । ଏହା ବ୍ୟତୀତ, ସରକାର ଚଳିତ ବର୍ଷର ବଜେଟରେ BSNLକୁ ହଜାର ହଜାର ଟଙ୍କା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । BSNL ଏହାର ଇମ୍ଫାଷ୍ଟ୍ରକ୍ଚରକୁ ଉନ୍ନତ କରିବା ପାଇଁ କାମ କରୁଛି, ଏବଂ ଟେଲିକମ୍ ଅପରେଟର ମଧ୍ୟ ସରକାରୀ ସହାୟତା ପାଇବ । ଏଥିସହ ଯଦି ଆପଣ ଅଧିକ ବେନିଫିଟ୍ସ ପାଇବା ପାଇଁ ଚାହୁଁଚନ୍ତି, ତେବେ BSNL ର ଏହି ପ୍ଲାନକୁ ଆପଣାନ୍ତୁ ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    39 ° C
    39 °
    39 °
    9 %
    3.5kmh
    0 %
    Sun
    39 °
    Mon
    42 °
    Tue
    42 °
    Wed
    43 °
    Thu
    44 °

    ସମ୍ବନ୍ଧିତ