Monday, October 5, 2026
31.3 C
Odisha

    ପାଣିକୋଇଲି ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ: ୨ ଗୁରୁତର

    ଆଗକୁ ପଢନ୍ତୁ

    ଜଳେଶ୍ଵର: ପଶ୍ଚିମବଙ୍ଗ ସୀମାନ୍ତ ଖଡିକା ବଜାରରୁ ଜଳେଶ୍ଵରର ଓଲମରା ଦେଇ ଭୁବନେଶ୍ୱର ଯାଉଥିବା ଓଡି୦୧ଏଏମ୩୮୫୯ ନମ୍ବରର କ୍ଷୀରଚୋରା ନାମକ ଯାତ୍ରୀବାହୀ ବସ୍ ଜାତୀୟ ରାଜପଥର ପାଣିକୋଇଲି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବସ୍ ର ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
    ବିବରଣୀରୁ ପ୍ରକାଶ ଯେ ଖଡ଼ିକାରୁ ପ୍ରତିଦିନ ସନ୍ଧ୍ୟାରେ ଜଳେଶ୍ଵରର ଓଲମରା, ଗୋପାଳପ୍ରସାଦ, ହାତୀଗଡ, ରାଇବଣିଆ,ମୟୁରଭଞ୍ଜର ରାସଗୋବିନ୍ଦପୁର ଦେଇ ଭୁବନେଶ୍ୱର ଯାଇଥାଏ। ଗତକାଲି ମଧ୍ୟ ଏହି ବସ୍ ରେ ୩୦ ପାଖାପାଖି ଯାତ୍ରୀ ଯାତ୍ରା କରୁଥିଲେ। ତେବେ ରାତି ପାଖାପାଖି ୨ଟା ସମୟରେ ପାଣିକୋଇଲି ସନ୍ନିକଟ ଏକ ମୋଡ଼ ନିକଟରେ ବସ୍ ଆଗରେ ହଠାତ ଗୋଟିଏ ଟ୍ରକ୍ ବ୍ରେକ ମାରିବାରୁ ବସଟି ଟ୍ରକ ଦେହରେ ପିଟି ହୋଇଯାଇଥିଲା। ଫଳରେ ଚାଳକ ଓ କଣ୍ଡକ୍ଟରଙ୍କୁ ମିଶାଇ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି।ବସ୍ ର ଚାଳକ ବସ୍ ଷ୍ଟିଅରିଂ ଭିତରେ ଦୀର୍ଘ ଘଣ୍ଟାଏ ଧରି ଚାପି ରହିଥିବା ବେଳେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଆହତ ଙ୍କ ମଧ୍ୟରୁ ୨ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ପାଣିକୋଇଲି ଓ ଯାଜପୁର ହସ୍ପିଟାଲକୁ ୧୦୮ ଆମ୍ବୁଲାନ୍ସରେ ନିଆ ଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଗୁରୁତରମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ସୁସ୍ଥ ଯାତ୍ରୀମାନେ ଅନ୍ୟ ବସ୍ ରେ ଭୁବନେଶ୍ୱର ଆସିଥିବା କହିଛନ୍ତି ବସ୍ ର ଜଣେ ଯାତ୍ରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31.3 ° C
    31.3 °
    31.3 °
    48 %
    2.7kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    30 °
    Fri
    31 °

    ସମ୍ବନ୍ଧିତ