Friday, September 25, 2026
25.2 C
Odisha

    ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରବାହୀ ବସ୍‌, ୭ରୁ ଉର୍ଦ୍ଧ୍ବ ଆହତ

    ଆଗକୁ ପଢନ୍ତୁ

    ଖୋର୍ଦ୍ଧା/କାଳୁପଡାଘାଟ : ୧୬ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍‌। ବସ୍‌ ଧକ୍କା ହେବାଫଳରେ ୭ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ଭୁବନେଶ୍ୱର ଯାଉଥିଲା ଲକ୍ଷ୍ମୀ ନାରାୟଣ ନାମକ ଏକ ଘରୋଇ ଯାତ୍ରୀଵାହୀ ବସ । ଏହି ବସରେ୬୦ରୁ ଅଧିକ ଯାତ୍ରୀ ରହିଥିଲେ। ତେବେ ଦୁର୍ଘଟଣା ପରେ ଗୁରୁତର ମାନଙ୍କୁ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଗୁରୁତର ମାନେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟର ସସିରାମ ସାହୁ(୪୮), ଖଲ୍ଲିକୋଟ ବାନାମ୍ବର ପ୍ରଧାନ(୪୮), ପୋଲସରାର କୈଳାଶ ଚନ୍ଦ୍ର ପାତ୍ର(୪୫), ଅଜୟ କୁମାର ପାତ୍ର (୨୪) ଓ ବାଣପୁରର ବୁଲୁ ଦାସ (୩୨), ଭାଗିରଥୀ ଦାସ ବୋଲି ଜଣା ପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    92 %
    4.9kmh
    100 %
    Fri
    26 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ