Wednesday, April 8, 2026
36.5 C
Odisha

    ଭୁବନେଶ୍ବରରେ ଯାଜପୁର ଠିକାଦାରଙ୍କ ଗାଡ଼ି ଉପରେ ଚଢ଼ାଉ କଲା ଆୟକର ବିଭାଗ, ମିଳିଲା ୫ କୋଟି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ନିର୍ବାଚନ ସମୟରେ ଆୟକର ବିଭାଗ ଓ ପୁଲିସ ଅଧିକ ସକ୍ରିୟ ରହିଛନ୍ତି। ଆୟଗର ବିଭାଗ ଗାଡ଼ି ଯାଞ୍ଚ ବେଳେ ଏକ ଦାମୀ କାର୍‌ ଭିତରୁ ୫କୋଟି ଟଙ୍କା ଠାବ କରିଛି। ଭୁବନେଶ୍ୱର ସୂର୍ଯ୍ୟନଗରରେ ଆୟକର ବିଭାଗର ଚଢ଼ାଉ ବେଳେ ଏହି ଟଙ୍କା ଜବତ ହୋଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏକ ଫର୍ଚୁନର ଗାଡ଼ିରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଚଢ଼ାଉ କରାଯାଇଥିଲା। ଜବତ ଟଙ୍କା ଯାଜପୁର ଅଂଚଳର ଜଣେ ଠିକାଦାରଙ୍କର ହୋଇଥିବା ଜଣାପଡ଼ିଛି। ସଂପୃକ୍ତ ଠିକାଦାରଙ୍କ ନା ନିହାର ରଂଜନ। ଠିକାଦାର ନିହାର ରଂଜନଙ୍କ ଯାଜପୁର ବାସଭବନରେ ଆୟକର ବିଭାଗ ଏବେ ଚଢ଼ାଉ ଜାରି ରଖିଛି।

    ସୂଚନାଯୋଗ୍ୟ, ଗତକାଲି ପୁଲିସ ଚେକିଂ ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକରେ ମଧ୍ୟ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିଲା। କାର୍‌ଟି ଭୁବନେଶ୍ବର ଅଭିମୁଖେ ଯାଉଥିବା ବେଳେ ପୁଲିସ ଚେକିଂ ବେଳେ ଧରାପଡ଼ିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    36.5 ° C
    36.5 °
    36.5 °
    19 %
    0.9kmh
    53 %
    Wed
    36 °
    Thu
    36 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ