Sunday, June 14, 2026
27.7 C
Odisha

    ବିଧାୟକଙ୍କ ଗସ୍ତର କେଇ ଘଣ୍ଟା ପରେ ଦୁଇ ଡାକ୍ତରଙ୍କୁ ନୋଟିସ୍‌

    ଆଗକୁ ପଢନ୍ତୁ

    ବିଧାୟକ ଅଚାନକ ମେଡିକାଲ୍‌ ଗସ୍ତ କରିଥିଲେ। ଆଉ ସେହି ସମୟରେ ଦୁଇ ଜଣ ଡାକ୍ତର ମେଡ଼ିକାଲ୍‌ରେ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ। ପରେ ଏନେଇ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇଥିଲେ। ଅଭିଯୋଗ ପାଇବାର କେଇ ଘଣ୍ଟା ଭିତରେ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟର ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ

    ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଶୁକ୍ରବାର ମଧ୍ୟାହ୍ନରେ ହଠାତ୍‌ ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ। ସେହି ସମୟରେ ମେଡ଼ିକାଲ୍‌ରେ କାର୍ଯ୍ୟରତ ଡାକ୍ତର ସତ୍ୟଜିତ ସେଠୀ ଓ ଡାକ୍ତର ସୁନୀଲ ଚନ୍ଦ୍ର ସାହୁ ଅନୁପସ୍ଥିତ ଥିଲେ। ବିଧାୟକ ଏନେଇ ମେଡ଼ିକାଲ୍‌ ଇନ୍‌ଚାର୍ଜଙ୍କୁ ପଚାରିଥିଲେ। ହେଲେ ତାଙ୍କ ପାଖରେ କୌଣସି ଉତ୍ତର ନଥିଲା। ତେଣୁ ବିଧାୟକ ଶ୍ରୀସାମନ୍ତରା ମେଡ଼ିକାଲ୍‌ ରେଜିଷ୍ଟ୍ରାର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଦେଖିବାକୁ ମିଳିଥିଲା ଉଭୟ ଡାକ୍ତର ଗତ ୧୩ ତାରିଖଠାରୁ ମେଡ଼ିକାଲ୍‌ ଆସୁନାହାନ୍ତି।

    ବିଧାୟକ ଏନେଇ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଦୁଇ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତିନି ଦିନ ଭିତରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.7 ° C
    27.7 °
    27.7 °
    63 %
    1.4kmh
    91 %
    Sat
    28 °
    Sun
    41 °
    Mon
    40 °
    Tue
    42 °
    Wed
    42 °

    ସମ୍ବନ୍ଧିତ