Sunday, September 13, 2026
28.7 C
Odisha

    ଭିଜିଲାନ୍ସ ହାତରେ କୁତ୍ରା ସିଡିପିଓ: ୨ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼/କୁତ୍ରା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ପଡ଼ିଲେ କୁତ୍ରା ସମନ୍ବିତ ଶିଶୁ ବିକାଶ ଅଧିକାରୀ ଜୟଶ୍ରୀ ପଟ୍ଟନାୟକ। ତେଲିଘଣା ଗୌନ୍ତିଆପଡ଼ାର ଅଙ୍ଗନବାଡ଼ି କର୍ମୀ କଲେଷ୍ଟିକା ଖାଲକୋଙ୍କୁ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ସୋମବାର ଅପରାହ୍ନରେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଟିମ୍। କିଛି ଦିନ ତଳେ ଅଧିକାରୀ ଜୟଶ୍ରୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଅପ୍ରତ୍ୟାଶିତ ଭାବେ ଯାଞ୍ଚ କରି ସାମାନ୍ୟ ତ୍ରୁଟି ଧରିଥିଲେ। ଏଥିପାଇଁ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ଅଙ୍ଗନବାଡ଼ି କର୍ମୀଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଙ୍ଗନବାଡ଼ି କର୍ମୀ କାକୁତିମିନତି ହୋଇଥିଲେ ବି ଶୁଣି ନଥିଲେ। ଟଙ୍କା ନଦେଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି କହିବା ପରେ ଅଙ୍ଗନବାଡ଼ି କର୍ମୀ କିସ୍ତିରେ ଟଙ୍କା ଦେଇପାରିବେ କହିଥିଲେ। ତେବେ ଟଙ୍କା ପାଇଁ ଚାପ ପକାଇବାରୁ ଅଙ୍ଗନବାଡ଼ି କର୍ମୀ ରାଉରକେଲା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

    ସେପ୍ଟେମ୍ବର ୧ ତାରିଖରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶିଶୁ ବିକାଶ ଅଧିକାରୀଙ୍କୁ ଧରିବାକୁ ଯୋଜନା କରିଥିଲା। ସୋମବାର ଅଙ୍ଗନବାଡ଼ି କର୍ମୀ ପ୍ରଥମ କିସ୍ତି ୨ ହଜାର ଟଙ୍କା ଦେଲା ବେଳେ ପୂର୍ବରୁ ଛକିଥିବା ଭିଜିଲାନ୍ସ ମାଡ଼ି ବସିଥିଲେ। ଅଧିକାରୀଙ୍କଠାରୁ ୨ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ସୁନ୍ଦରଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଉଠାଇ ଆଣିଛି ଟିମ୍। ତଦନ୍ତ ଜାରି ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.7 ° C
    28.7 °
    28.7 °
    75 %
    2.5kmh
    71 %
    Sun
    29 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ