Sunday, October 4, 2026
28.6 C
Odisha

    ବଢିଲା ଜାମ୍ମୁକାଶ୍ମୀର ଉପ-ରାଜ୍ୟପାଳଙ୍କ ଶକ୍ତି । କେନ୍ଦ୍ରକୁ ଟାର୍ଗେଟ କଲେ ବିରୋଧୀ

    ଆଗକୁ ପଢନ୍ତୁ

    ଜାମ୍ମୁକାଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାର କିଛି ମାସ ପୂର୍ବରୁ ଏଠାରେ ଉପ-ରାଜ୍ୟପାଳଙ୍କ ଶକ୍ତିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଜାମ୍ମୁକାଶ୍ମୀର ପୁନଗର୍ଠନ ଅଧିନିୟମ,୨୦୧୯ର ଧାରା ୫୫ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଯାହା ଫଳରେ ଏବେ ପୋଲିସ୍ ଅଧିକାରୀଙ୍କ ଟ୍ରାନ୍ସଫର୍ ଏବଂ ପୋଷ୍ଟିଂର ଅଧିକାର ଉପ-ରାଜ୍ୟପାଳଙ୍କ ହାତରେ ରହିବ । ତେବେ ବିରୋଧୀ କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷିଛନ୍ତି ।

    ତେବେ ସୂଚନା ମୁତାବକ, ଜାମ୍ମୁକାଶ୍ମୀର ଉପ ରାଜ୍ୟପାଳଙ୍କୁ ଏହି ଶକ୍ତି ମିଳିବା ପରେ, ଜାମ୍ମୁକାଶ୍ମୀରର ସ୍ଥିତି ଦିଲ୍ଲୀ ଭଳି ହେବ ବୋଲି ଅନୁମାନ କରାଯାଉଛି । ଦିଲ୍ଲୀରେ ଅଧିକାଂଶ ସମୟରେ ଅଫିସରମାନଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫରକୁ ନେଇ ଦିଲ୍ଲୀ ସରକାର ଏବଂ ଉପ-ରାଜ୍ୟପାଳଙ୍କ ଭିତରେ ତୁ ତୁ ମେଁ ମେଁ ଲାଗି ରହିଥାଏ । ଆଉ ଜାମ୍ମୁକାଶ୍ମୀରରେ ସେହିଭଳି ନିୟମ ଲାଗୁ ହେବାକୁ ଯାଉଥିବାରୁ, ସେଠାରେ ମଧ୍ୟ ସେହି ସ୍ଥିତି ଉପୁଜିପାରେ ବୋଲି ରାଜନୈତିକ ପଣ୍ଡିତମାନେ ଅନୁମାନ କରୁଛନ୍ତି ।ଏହି ଆଇନର ସଂଶୋଧନ ପରେ ପୋଲିସ୍, ପବ୍ଲିକ ଅର୍ଡର, ଆଇଏଏସ୍, ଦୁର୍ନୀତି ନିବାରଣ ବ୍ୟୁରୋ ସମ୍ପର୍କିତ ପ୍ରସ୍ତାବ ଉପରେ ଅର୍ଥ ବିଭାଗର ବିନା ଅନୁମତିରେ ଉପ ରାଜ୍ୟପାଳ ନିଷ୍ପତ୍ତି ନେଇପାରିବେ । ସେହିପରି ଆଇଏଏସ୍, ଆଇପିଏସ ମାନଙ୍କର ଟ୍ରାନ୍ସଫର ମଧ୍ୟ ଉପ-ରାଜ୍ୟପାଳଙ୍କ ହାତରେ ରହିବ ।

    ତେବେ ଏହି ନିୟମ ସଂଶୋଧନକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ବିଜେପିି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବର୍ଷିଛନ୍ତି । ତାଙ୍କ କହିବା କଥା, ଏ ସଂଶୋଧନର ଅର୍ଥ ହେଉଛି ନିକଟ ଭବିଷ୍ୟତରେ ଜାମ୍ମୁକାଶ୍ମୀରକୁ ଆଉ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ନାହିଁ । ହେଲେ ସମସ୍ତ ରାଜନୈତିକ ଦଳ ଜାମ୍ମୁକାଶ୍ମୀରକୁ ରାଜ୍ୟର ମାନ୍ୟତା ପ୍ରଦାନ କରିବାକୁ ଚାହୁଁଛନ୍ତି । ଯାହାକି ଏବେ କେନ୍ଦ୍ର ଶାସିତ ପ୍ରଦେଶ ଭାବେ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ