Sunday, October 4, 2026
28.6 C
Odisha

    ବିଦ୍ରୋହ ସତ୍ତ୍ୱେ ଏହି କାରଣରୁ ଚମ୍ପାଇଙ୍କୁ ଦଳରୁ କାଢ଼ିପାରୁନି ଜେଏମଏମ

    ଆଗକୁ ପଢନ୍ତୁ

    ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଓ ହେମନ୍ତ ସୋରେନଙ୍କ ମଧ୍ୟରେ ଚାଲିଥିବା କଳି ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି | ଚମ୍ପାଇ ସୋରେନ ବିଜେପିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି | ତେବେ ଏହି ଚର୍ଚ୍ଚା ଜେଏମଏମ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରୁଥିବା ଜଣାପଡିଛି କାରଣ ହେମନ୍ତ ସୋରେନ ଚମ୍ପାଇଙ୍କ ଜରିଆରେ ଝାଡଖଣ୍ଡର ଆଦିବାସୀ ଭୋଟ୍ ବ୍ୟାଙ୍କ ଟ୍ୟାପ୍ କରିବା ସହଜ ଥିଲା, କିନ୍ତୁ ବର୍ତ୍ତମାନ ଏହି କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଏବେ ପ୍ରଶ୍ନ ଉଠିଛି ଯେ ଚମ୍ପାଇ ସୋରେନ ଦୀର୍ଘ ଦିନ ଧରି ବିଦ୍ରୋହର ସ୍ୱର ଉତ୍ତୋଳନ କରିଆସୁଥିଲେ ମଧ୍ୟ ଶାସକ ଦଳ ତାଙ୍କୁ କ୍ୟାବିନେଟ ପଦରୁ ହଟାଇ ନାହିଁ କିମ୍ବା ତାଙ୍କୁ ବହିଷ୍କାର କରିନାହିଁ |

    ସେ ଦଳ ବିରୋଧରେ କହୁଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏହାର କାରଣ କ’ଣ ହୋଇପାରେ? ଜେଏମଏମର ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ସମୀକ୍ଷକଙ୍କ କହିବା କଥା ଯେ ଚମ୍ପାଇ ସୋରେନ କୋଲହାନ ଅଞ୍ଚଳର ଜଣେ ବଡ ନେତା ଏବଂ ଏହି ଅଞ୍ଚଳରେ ୧୪ଟି ସିଟ୍ ଉପରେ ତାଙ୍କର ଅଖଣ୍ଡ କ୍ଷମତା ଅଛି। ତାଙ୍କୁ ବହିଷ୍କାର କଲେ ଜେଏମଏମ ପାଇଁ କ୍ଷତିକାରକ ହୋଇପାରେ | ଗୋଟିଏ ପଟେ ବିଜେପିର ବାବୁଲାଲ ମାରାଣ୍ଡି ଏବଂ ଅର୍ଜୁନ ମୁଣ୍ଡା ପରି ବଡ ଆଦିବାସୀ ନେତାମାନେ ମଧ୍ୟ କୋଲହାନ ଅଞ୍ଚଳରେ ଅଧିକ ପ୍ରଭାବ ପକାଇ ପାରି ନାହାନ୍ତି ।

    ଆଉ କୋଲହାନ ଅଂଚଳରେ ଚମ୍ପାଇ ଖୁବ ଲୋକପ୍ରିୟ | ଏମିତିକି ଜେଏମଏମର ପ୍ରତିଷ୍ଠାତା ତଥା ହେମନ୍ତ ସୋରେନଙ୍କ ପିତା ଶିବୁ ସୋରେନଙ୍କୁ ମଧ୍ୟ ସ୍ଥାନୀୟ ନେତାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଚମ୍ପାଇ ସୋରେନଙ୍କୁ କୋଲହାନବାସୀ ପସନ୍ଦ କରନ୍ତି କାରଣ ସେ ଟାଟା ଷ୍ଟିଲ କମ୍ପାନୀ ତଥା ଅନ୍ୟାନ୍ୟ କମ୍ପାନୀରେ ଯୁବକମାନଙ୍କୁ ଚାକିରି ଯୋଗାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ କୋଲହାନର ସ୍ଥାନୀୟ ପ୍ରସଙ୍ଗକୁ ମଧ୍ୟ ଉଠାଇ ସମାଧାନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ