Thursday, April 9, 2026
24.8 C
Odisha

    ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଚନ୍ଦ୍ରଯାନ-୪ ପାଇଁ ପ୍ରସ୍ତୁତ ଇସ୍ରୋ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ତଦନ୍ତକାରୀ ସଂସ୍ଥା (ଇସ୍ରୋ) ଏବେ ଚନ୍ଦ୍ରଯାନ-୪ ନାମକ ପରବର୍ତ୍ତୀ ଚନ୍ଦ୍ର ମିସନ ପାଇଁ ପ୍ରସ୍ତୁତ ହୋଇସାରିଛି।ପୂର୍ବ ପରି ଏହି ମିସନ ଗୋଟିଏ ପର୍ଯ୍ୟାୟରେ ହେବ ନାହିଁ। ଚନ୍ଦ୍ରକୁ ଏକାଥରେ ଦୁଇଟି ଯାନ ଯିବ। ଫଳରେ ନା କି କେବଳ ଯାନ କେବଳ ଚନ୍ଦ୍ରରୁ ତଥ୍ୟ ହାସଲ କରିବ, ବରଂ ଏହା ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ଭାରତକୁ ପ୍ରେରଣ କରିବ।ଚନ୍ଦ୍ରଯାନ-୩ ତିନୋଟି ମୁଖ୍ୟ ଉପାଦାନ ଲ୍ୟାଣ୍ଡର, ରୋଭର ଏବଂ ପ୍ରୋପଲିସନ୍ ମଡ୍ୟୁଲକୁ ନେଇ ଗଠିତ ହୋଇଥିବା ବେଳେ ଚନ୍ଦ୍ରଯାନ-୪ରେ ଚନ୍ଦ୍ରରୁ ନମୁନା ସଂଗ୍ରହ କରି ପୃଥିବୀରେ ପହଞ୍ଚାଇବା ପାଇଁ ପାଇଁ ଆଉ ଦୁଇଟି ଅତିରିକ୍ତ ଉପାଦାନ ରହିବ।

    ଜାତୀୟ ମହାକାଶ ବିଜ୍ଞାନ ସମ୍ମିଳନୀରେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ଉପସ୍ଥାପନା ଅନୁଯାୟୀ ଚନ୍ଦ୍ରଯାନ-୪ର ଉପାଦାନଗୁଡ଼ିକ ପାଞ୍ଚଟି ମହାକାଶଯାନ ମଡ୍ୟୁଲକୁ ନେଇ ଗଠିତ ହେବ। ସେଗୁଡ଼ିକ ହେଉଛି: ପ୍ରୋପଲିସନ୍ ମଡ୍ୟୁଲ, ଡିସେଣ୍ଡର୍‌ ମଡ୍ୟୁଲ, ଆସେଣ୍ଡର ମଡ୍ୟୁଲ୍‌, ଟ୍ରାନ୍ସଫର୍‌ ମଡ୍ୟୁଲ, ର-ଏଣ୍ଟ୍ରି ମଡ୍ୟୁଲ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.8 ° C
    24.8 °
    24.8 °
    69 %
    0.8kmh
    36 %
    Thu
    37 °
    Fri
    37 °
    Sat
    39 °
    Sun
    42 °
    Mon
    41 °

    ସମ୍ବନ୍ଧିତ