Saturday, October 3, 2026
23.6 C
Odisha

    ରାଜନୀତିରେ ପ୍ରତାରଣା: କିଏ ଦେଲା କାହାକୁ ଧୋକା?

    ଆଗକୁ ପଢନ୍ତୁ

    ବିଧାନସଭା ନିର୍ବାଚନ ପରେ ବିଜେଡି-ବିଜେପି ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡିର ଦୁଇ ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ମୁନ୍ନା ଖାନ ବୟାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ପ୍ରଶ୍ନ ଉଠୁଛି, କିଏ କାହାକୁ ଧୋକ୍କା ଦେଇଛି ଓ କିଏ କାହାକୁ ପ୍ରତାରଣା କରିଛି । ନିର୍ବାଚନ ପୂର୍ବରୁ ବିଜେଡି ବିଜେପି ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। କିଏ କାହାର ବି ଟିମ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ହେଲେ ଏବେ ଉଭୟ ଦଳର ସମ୍ପର୍କକୁ ନେଇ ବିଜେଡିର ଦୁଇ ଜଣ ସାଂସଦଙ୍କ ବୟାନ ନୂଆ ଆଲୋଚନାକୁ ଖୋରାକ୍ ଯୋଗାଇଛି । ଉଭୟ ସାଂସଦ ବିଜେପିକୁ ପ୍ରତାରକର ଆଖ୍ୟା ମଧ୍ୟ ଦେଇଛନ୍ତି। ହେଲେ କିଏ କାହାକୁ ପ୍ରଥମେ ଠକିଛି ତାକୁ ନେଇ ଚର୍ଚ୍ଚା ବଢିଛି। କୁହାଯାଉଛି
    ୧- ବିଜେଡି ବଡ଼ ଆଞ୍ଚଳିକ ଦଳ ଥିବାରୁ ବିଜେପି ସହ ଥିଲା
    ୨- ରାଜ୍ୟସଭାରେ ବିଜେଡି ସମର୍ଥନରେ ସବୁ ବିଲ ପାସ ହେଉଥିଲା
    ୩-ବଦଳରେ ରାଜ୍ୟର ଅନେକ ଯୋଜନାକୁ ପ୍ରଶଂସା କରି ସାର୍ଟିଫିକେଟ ଦେଉଥିଲା କେନ୍ଦ୍ର
    ୪- ମୋଦୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ମଧ୍ୟ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ

    ଏବେ ରାଜ୍ୟରେ ବିଜେଡିକୁ ହଟାଇ ବିଜେପି କ୍ଷମତାସୀନ ହେବା ପରେ ଦୁଇ ଦଳ ମୁହାଁମୁହଁ ହୋଇଛନ୍ତି । ସେପଟେ ବିଜେଡିକୁ କଡା ଜବାବ ଦେଇ ବିଜେପି କହିଛି କ୍ଷମତାରୁ ଗଲା ପରେ ବିଜେଡି ମିଛ ଅଭିଯୋଗ କରିବା ଆରମ୍ଭ କରି ଦେଇଛି।

    ନିର୍ବାଚନ ପରେ ଉଭୟ ଦଳ ଭିତରେ ତିକ୍ତତା ବଢିଛି। ରାଜ୍ୟସଭାରେ ଏହାର ଉଦାହରଣ ବି ଦେଖିବାକୁ ମିଳିଛି । ପ୍ରଶ୍ନ ଉଠୁଛି, ଇଣ୍ଡି ମେଂଟ ଆଡକୁ ଢଳୁଛି କି ବିଜେଡି ?

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ