Saturday, October 17, 2026
30.5 C
Odisha

    ୬ଟି ଜିଲ୍ଲାର ଜଳ ଉତ୍ସରେ ବିପଜ୍ଜନକ ୟୁରାନିୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଛତିଗଡ଼ର ୬ଟି ଜିଲ୍ଲାର ବିଭିନ୍ନ ପାନୀୟ ଜଳ ଉତ୍ସରେ ୟୁରାନିୟମ ସ୍ତର ଅତି ବିପଜ୍ଜନକ ସ୍ଥିତିରେ ରହିଥିବା ଜଣାପଡ଼ିଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଲିଟର ପିଛା ସର୍ବାଧିକ ୧୫ ମାଇକ୍ରୋଗ୍ରାମ ୟୁରାନିୟମ ସ୍ତର ଧାର୍ଯ୍ୟ କରିଥିବା ବେଳେ ଏହି ସୀମାର ତିନିରୁ ଚାରି ଗୁଣ ଅଧିକ ୟୁରାନିୟମ ଏଠାରେ ଦେଖିବାକୁ ମିଳିଛି। ଛତିଶଗଡର ଛଅଟି ଜିଲ୍ଲାର ପାନୀୟ ଜଳ ଉତ୍ସରେ ଲିଟର ପିଛା ୟୁରାନିୟମ ସ୍ତର ୧୦୦ ମାଇକ୍ରୋଗ୍ରାମରୁ ଅଧିକ ରହୁଥିବାରୁ ଏହା ସାଂଘାତିକ ବୋଲି କୁହାଯାଇଛି। ଏହି ପାଣି ବ୍ୟବହାର କର୍କଟ ଓ ଫୁସଫୁସଜନିତ ରୋଗ ସହିତ ଚର୍ମ ଏବଂ କିଡନୀ ରୋଗର ଆଶଙ୍କାକୁ ମଧ୍ୟ ଯଥେଷ୍ଟ ବଢ଼ାଇ ଦେଉଛି।

    ୨୦୧୭ରେ ଡବ୍ଲୁଏଚ୍‌ଓ ପରାମର୍ଶ ଦେଇଥିଲା ଯେ ପାନୀୟ ଜଳରେ ୟୁରାନିୟମ ଲିଟର ପିଛା ୧୫ ମାଇକ୍ରୋଗ୍ରାମରୁ ଅଧିକ ହେବା ଉଚିତ ନୁହେଁ। ଏହି ପରିମାଣ ବଢ଼ିଲେ ଏହା ଚିନ୍ତାଜନକ ହେବ ବୋଲି କୁହାଯାଇଥିଲା। ଭାରତ ଭଳି କେତେକ ଦେଶ ଏହି ଅନୁମୋଦିତ ସୀମାକୁ ଦ୍ୱିଗୁଣିତ କରିଥିବା ବେଳେ ଏବେ ଧାର୍ଯ୍ୟ ସୀମାଠାରୁ ୪ଗୁଣରୁ ଅଧିକ ୟୁରାନିୟମ ଠାବ ହେବାରୁ ଚିନ୍ତା ବଢ଼ିଛି।

    ଲିଟର ପିଛା ୧୦୦ ମାଇକ୍ରୋଗ୍ରାମ୍‌ରୁ ବେଶି

    ଛତିଶଗଡର ଦୁର୍ଗ, ରାଜନନ୍ଦଗାଓଁ, କାଙ୍କେର, ବେମେତରା, ବାଲୋଦ ଓ କାୱର୍ଧାରୁ ପାନୀୟ ଜଳ ନମୁନା ପରୀକ୍ଷାରୁ ଜଣାପଡିଛି ଯେ ୟୁରାନିୟମର ମାତ୍ରା ଲିଟର ପିଛା ୧୦୦ ମାଇକ୍ରୋଗ୍ରାମରୁ ଅଧିକ ରହିଛି। ବାଲୋଦର ଏକ ଗାଁର ଗୋଟିଏ ନମୁନାରେ ଲିଟର ପିଛା ୧୩୦ ମାଇକ୍ରୋଗ୍ରାମ ଓ କାଙ୍କେରର ଅନ୍ୟ ଏକ ନମୁନାରେ ଲିଟର ପିଛା ୧୦୬ ମାଇକ୍ରୋଗ୍ରାମ ରହିଥିବା ପରୀକ୍ଷାରୁ ଜଣାପଡ଼ିଛି। ୬ଟି ଜିଲ୍ଲାରେ ଲିଟର ପିଛା ହାରାହାରି ୮୬ରୁ ୧୦୫ ମାଇକ୍ରୋଗ୍ରାମ ୟୁରାନିୟମ ରହିଥିବା ଜଣାପଡ଼ିଛି। ବିଭିନ୍ନ ବୋରୱେଲ୍‌ ଏବଂ ଅନ୍ୟ ଜଳଉତ୍ସରେ ଏଭଳି ଉଦ୍‌ବେଗଜନକ ମାତ୍ରାରେ ୟୁରାନିୟମର ଉପସ୍ଥିତି ସତ୍ତ୍ବେ ଲୋକଙ୍କ ପାଇଁ ବିକଳ୍ପ ଜଳ ଉତ୍ସ ନାହିଁ। ବିଭିନ୍ନ ସ୍ଥାନରେ ନୂତନ କରି ଖୋଳାଯାଉଥିବା କୂଅ ଏବଂ ବୋର୍‌ୱେଲ୍‌ରେ ମଧ୍ୟ ଧାର୍ଯ୍ୟ ସୀମାଠାରୁ ଅଧିକ ୟୁରାନିୟମ ମିଳୁଥିବାରୁ ଏହାର ମୁକାବିଲା ପାଇଁ ସରକାର ବିଶେଷଜ୍ଞଙ୍କ ପରାମର୍ଶ ଲୋଡ଼ିଛନ୍ତି।

    ପଞ୍ଜାବ ଏବଂ ହରିୟାଣା ସମେତ ୧୨ଟି ରାଜ୍ୟରେ ଜଳ ଉତ୍ସଗୁଡ଼ିକରେ ୟୁରାନିୟମ ସ୍ତର ଅନୁମୋଦିତ ସୀମା ଅତିକ୍ରମ କରିଛି। କିଛି ମାସ ପୂର୍ବରୁ କର୍ଣ୍ଣାଟକରେ ମଧ୍ୟ ପାଣିରେ ୟୁରାନିୟମର ମାତ୍ରା ଅଧିକ ଥିବା ଜଣାପଡ଼ିଥିଲା। ୟୁରାନିୟମ କର୍ପୋରେସନ୍ ଅଫ୍ ଇଣ୍ଡିଆ ଅନୁଯାୟୀ, ଛତିଶଗଡ଼ରେ ୧୦୦ ପ୍ରତିଶତ ଗ୍ରେଡ୍ ୟୁରାନିୟମର ୪ଟି ଜଣାଶୁଣା ଭଣ୍ଡାର ରହିଥିବାରୁ ଫିଲ୍ଟରିଂ କୌଶଳକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଉଚିତ୍।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.5 ° C
    30.5 °
    30.5 °
    57 %
    2.1kmh
    74 %
    Sat
    28 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ