Thursday, December 5, 2024
19.7 C
Odisha

    ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । ୬ ଲେନ୍ ବିଶିଷ୍ଟ ହେବ ଭୁବନେଶ୍ୱର-ପୁରୀ ରାସ୍ତା । ଖର୍ଚ୍ଚ ହେବ ୧୮ ଶହ କୋଟି ଟଙ୍କା

    ଆଗକୁ ପଢନ୍ତୁ

    ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ଘୋଷଣା । କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀଙ୍କୁ ଭେଟିବା ପରେ ବଡ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରରୁ ପୁରୀ ଯାଏଁ ସର୍ଭିସ ରୋଡ୍ ହେବ । ବର୍ତ୍ତମାନ ୪ ଲେନ୍ ବିଶିଷ୍ଟ ଥିବା ଏହି ରାସ୍ତାକୁ ୬ ଲେନ୍ ବିଶିଷ୍ଟ କରାଯିବ । ଏଥିପାଇଁ ୧୮ ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଅନ୍ୟପଟେ ଚଣ୍ଡିଖୋଲରୁ ବଡବିଲ ପର୍ୟ୍ୟନ୍ତ ଥିବା ରାସ୍ତାକୁ ମଧ୍ୟ ୮ ଲେନ୍ ବିଶିଷ୍ଟ କରାଯିବ । ସେହିପରି ଖୋର୍ଦ୍ଧା-ନୟାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ, କେସିଙ୍ଗା-ଜୁନାଗଡ ରାସ୍ତାକୁ ୪ ଲେନ୍ ବିଶିଷ୍ଟ କରିବା ପାଇଁ କେନ୍ଦ୍ରୀୟ ସଡକ ଓ ଭିତ୍ତିଭୂମି ପାଣ୍ଠି ମିଳିଛି । ଏହାବାଦ୍ ସେତୁବନ୍ଧ ଯୋଜନାରେ ମଧ୍ୟ ଓଡିଶାକୁ ୨୫୦ କୋଟି ଟଙ୍କା ଅନୁଦାନ ମିଳିଛି । ମୋଟ ୨୧ ହଜାର ୬୫୦ କୋଟି ଟଙ୍କାର ପ୍ରକଳ୍ପ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    19.7 ° C
    19.7 °
    19.7 °
    83 %
    1.1kmh
    17 %
    Thu
    30 °
    Fri
    29 °
    Sat
    30 °
    Sun
    28 °
    Mon
    27 °

    ସମ୍ବନ୍ଧିତ