Sunday, May 11, 2025
34.4 C
Odisha

    ସ୍ପେସୱାକ୍ କରିବେ ଚୀନର ୩ ମହାକାଶଚାରୀ

    ଆଗକୁ ପଢନ୍ତୁ

    ବେଜିଂ: ମହାକାଶ କ୍ଷେତ୍ରରେ ଚୀନ୍ ଦ୍ରୁତ ଉନ୍ନତି ହାସଲ କରୁଛି। ଆଗାମୀ ଦିନରେ ମହାକାଶରେ ଆମେରିକାକୁ ପଛରେ ପକାଇବାକୁ ଚାହୁଁଛି ଚୀନ । ଏହି ଉଦ୍ଦେଶ୍ୟରେ ଚୀନ ନିକଟରେ ତାଙ୍କର ତିନି ଜଣ ମହାକାଶଚାରୀଙ୍କୁ ତିଆଙ୍ଗୋଙ୍ଗ ମହାକାଶ ଷ୍ଟେସନକୁ ପଠାଇଛି। ସେମାନେ ମହାକାଶରେ ସ୍ପେସଓ୍ବାକ୍ କରିବେ ।
    ଏହି ତିନି ଜଣ ମହାକାଶଚାରୀଙ୍କ ମଧ୍ୟରେ କମାଣ୍ଡର କାଇ ଶୁଜେ ଏବଂ ଦୁଇ ଜଣ ନୂତନ ମହାକାଶଚାରୀ ସୋଙ୍ଗ ଲିଙ୍ଗଡୋଙ୍ଗ ଏବଂ ୱାଙ୍ଗ ହାଓଜେ ସାମିଲ ଅଛନ୍ତି । ଏହି ତିନିଜଣ ପ୍ରାୟ ୬ ମାସ ତିଆଙ୍ଗୋଙ୍ଗ ସ୍ପେସ୍ ଷ୍ଟେସନରେ ରହିବେ ଏବଂ ସେଠାରେ ଅନେକ ପ୍ରକଳ୍ପରେ କାମ କରିବେ। ଏହାବ୍ୟତୀତ ଏହି ମହାକାଶଚାରୀମାନେ ସ୍ପେସ୍ ୱାକ୍ ମଧ୍ୟ କରିବେ। ଆସନ୍ତୁ ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୃତ ଭାବେ କହିବୁ ।

    ସ୍ପେସୱାକ୍ କୁ “ଏକ୍ସଟ୍ରାଭେହିକୁଲାର ଆକ୍ଟିଭିଟି” (ଇଭିଏ) ମଧ୍ୟ କୁହାଯାଏ । ଅର୍ଥାତ୍ ମହାକାଶଚାରୀମାନେ ନିଜ ସ୍ପେସ୍ ଷ୍ଟେସନ୍ କିମ୍ବା ମହାକାଶଯାନରୁ ବାହାରି ଖୋଲା ମହାକାଶରେ କାମ କରନ୍ତି କିମ୍ବା କିଛି ଅନୁସନ୍ଧାନ କରିବାକୁ ଯାଆନ୍ତି। ଖୋଲା ସ୍ଥାନରେ କରାଯାଉଥିବା ଏହି କାମକୁ ବିଜ୍ଞାନର ଭାଷାରେ ସ୍ପେସ୍ ୱାକ୍ କୁହାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.4 ° C
    34.4 °
    34.4 °
    27 %
    0.4kmh
    0 %
    Sun
    42 °
    Mon
    42 °
    Tue
    43 °
    Wed
    43 °
    Thu
    43 °

    ସମ୍ବନ୍ଧିତ