Saturday, October 10, 2026
24.5 C
Odisha

    କୋର୍ଟରେ କ୍ୟାମେରା ସାମ୍ନାରେ ଦୁଷ୍କର୍ମକାରୀ ପ୍ରଥମଥର ପାଇଁ ଖୋଲିଲା ମୁହଁ

    ଆଗକୁ ପଢନ୍ତୁ

    କୋଲକତା: କୋଲକତା ଆରଜି କର ମେଡିକାଲ ଓ ହସ୍ପିଟାଲର ସେମିନାର ହଲରେ ଟ୍ରେନି ଡାକ୍ତର ବିଶ୍ରାମ ନେଉଥିବା ସମୟରେ ଦୁଷ୍କର୍ମର ଶିକାର ହୋଇଥିଲେ। ଏହି ଘଟଣାରେ ସାମିଲ ଥିବା କୋଲକାତା ପୁଲିସ ସଞ୍ଜୟ ରାଏ ନାମକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ କୋଲକାତା ପୁଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିଲାl
    କୋର୍ଟରେ ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ସଞ୍ଜୟ ରାଏ କହିଛି, ‘ମୁଁ ଡାକ୍ତରାଣୀଙ୍କ ଦୁଷ୍କର୍ମ ଓ ହତ୍ୟା କରିନାହିଁ। ମୋତେ ଫସାଇ ଦିଆଯାଇଛି। ସରକାର ମୋତେ ଫସାଇ ଦେଇ ଚୁପ ରହିବାକୁ ଧମକ ଦେଇଛନ୍ତି। ମୋର ବିଭାଗ ଅର୍ଥାତ କୋଲକାତା ପୁଲିସ ବି ମୁହଁ ନଖୋଲିବା ପାଇଁ ଧମକ ଦେଇଛି।’

    ସିବିଆଇ ନିଜର ଚାର୍ଜସିଟରେ ସଞ୍ଜୟ ରାଏଙ୍କୁ ଅପରାଧୀ ବୋଲି ପ୍ରମାଣ କରିଛି। ଏହି ଘଟଣା ଗଣଦୁଷ୍କର୍ମ ନୁହେଁ ଦୁଷ୍କର୍ମ ବୋଲି ସ୍ପଷ୍ଟ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୋଲକାତା ପୁଲିସ ସହ ସିଭିକ ଭଲିଣ୍ଟିଅର ଭାବେ କାମ କରୁଥିବା ସଞ୍ଜୟ ରାଏ ହିଁ ରହିଥିବା ଦର୍ଶାଇଥିଲା। ପୀଡ଼ିତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସିମେନ ନମୁନା ସଞ୍ଜୟ ରାଏ ସହିତ ମ୍ୟାଚ ହୋଇଥିଲା ବୋଲି ସିବିଆଇ ତାର ରିପୋର୍ଟରେ ଉଲ୍ଲେଖ କରିଥିଲା।

    ପାଖାପାଖି ୧୦୦ଟି ପ୍ରମାଣ, ୧୨ଟି ପଲିଗ୍ରାଫ ପରୀକ୍ଷା, ସିସିଟିଭି କ୍ୟାମେରା, ଫରେନ୍ସିକ ରିପୋର୍ଟ, ମୋବାଇଲ କଲ ତଥ୍ୟ, ଲୋକେସନ, ଇୟରଫୋନ ଓ ଅଭିଯୁକ୍ତର ବୟାନ ପରେ ଚାର୍ଜସିଟ ଫାଇଲ କରାଯାଇଛି। ସିବିଆଇ ଟିମ ଏହି ଘଟଣାର ଯାଞ୍ଚ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    77 %
    0.4kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ